ଭାରତକୁ ଝୁରୁଛନ୍ତି ମୋ’ ପରିବାର: ଟ୍ରମ୍ପ୍

Advertisment
ଚୀନ୍‌ର ପ୍ରଭାବ ହ୍ରାସ ପାଇଁ ଟ୍ରମ୍ପ୍‌ଙ୍କ କଠୋର ଭିସା କଟକଣା

Al Jazeera

ଓ୍ୱାସିଂଟନ : ଆମେରିକାର ପ୍ରଥମ ପରିବାର ଭାରତ ପ୍ରେମରେ ପଡ଼ିଯାଇଛନ୍ତି ବୋଲି ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ କହିଛନ୍ତି। ସେ ଭାରତ ବିଷୟରେ ସବୁବେଳେ ଚିନ୍ତା କରିବା ସହ ତାଙ୍କର ଝିଅ ଇଭାଙ୍କା ଓ ପୁଅ ଟ୍ରମ୍ପ୍‌ ଜୁନିଅରଙ୍କ ସମେତ ତାଙ୍କ ବାନ୍ଧବୀ ତଥା ଟ୍ରମ୍ପ୍‌ଙ୍କ ପରାମର୍ଶଦାତ୍ରୀ କିମ୍ବର୍ଲି ଗୁଇଲ୍‌ଫୟେଲ୍‌ ମଧ୍ୟ ଭାରତ ସମ୍ପର୍କରେ ବିଭିନ୍ନ କଥା ପଚାରନ୍ତି ବୋଲି ଟ୍ରମ୍ପ୍‌ ସାମ୍ବାଦିକମାନଙ୍କୁ କହିଛନ୍ତି। ନିଜକୁ ଭାରତ ଏବଂ ଭାରତୀୟ ଆମେରିକୀୟମାନଙ୍କର ସବୁଠୁ ଶ୍ରେଷ୍ଠ ବନ୍ଧୁ ଭାବେ ବିଚାରୁଥିବା ଟ୍ରମ୍ପ୍‌ ତାଙ୍କ ନିର୍ବାଚନ ପ୍ରଚାରରେ ଉପରୋକ୍ତ ତିନି ପରିବାର ସଦସ୍ୟଙ୍କ ଭୂମିକା ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe