ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ, ୨୦୧୦ ଅପେକ୍ଷା ଅଧିକ ବହୁମତରେ ଜିତିବୁ: ନୀତିଶଙ୍କ ପୁଅ ନିଶାନ୍ତଙ୍କ ଦାବି

ନିଶାନ୍ତ ସ୍ପଷ୍ଟ କରିଛନ୍ତି, ମୋ ବାପା ନୀତିଶ ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ଅମିତ ଶାହ ଏବଂ ସମ୍ରାଟ ଚୌଧୁରୀ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି, ବାପା ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ମୁଁ ଜାଣିପାରୁନାହିଁ, ବିରୋଧୀ ଦଳ କାହିଁକି ଏନେଇ ପ୍ରଶ୍ନ ଉଠାଉଛନ୍ତି...

My father is completely healthy, we will win with a bigger majority than in 2010: Nitish's son Nishant claims

My father is completely healthy, we will win with a bigger majority than in 2010: Nitish's son Nishant claims Photograph: (Sambad.in)

ପାଟନା: ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ରାଜନୈତିକ ସ୍ଥିତି ଉଷ୍ଣ ହେବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକ ନିଜସ୍ୱ ସମୀକରଣ ସ୍ଥିର କରିବାରେ ବ୍ୟସ୍ତ। ଏହି ସମୟରେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ପୁଅ ନିଶାନ୍ତ କୁମାରଙ୍କ ରାଜନୀତିରେ ଯୋଗଦାନ ବିଷୟରେ ବହୁତ ଚର୍ଚ୍ଚା ହେଉଛି, ଯଦିଓ ସେ ଏ ବିଷୟରେ କିଛି ସ୍ପଷ୍ଟ କରିନାହାନ୍ତି। ଆସନ୍ତା ବିଧାନସଭା ନିର୍ବାଚନ ସମ୍ପର୍କରେ ସେ କହିଛନ୍ତି ଯେ, ଜନତା ମୋ ବାପାଙ୍କୁ ପୁଣି ଥରେ ନିର୍ବାଚନରେ ଜିତାଇ ମୁଖ୍ୟମନ୍ତ୍ରୀ କରିବେ।

ରାଜ୍ୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସବୁବେଳେ ପ୍ରଶ୍ନ ଉଠାଯାଉଛି, ଏହା ଉପରେ ନିଶାନ୍ତ କୁମାର କହିଛନ୍ତି, ମୋ ବାପା ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ସେ ଆଶା ପ୍ରକଟ କରିଛନ୍ତି, ବିହାରର ଲୋକମାନେ ମୋ ବାପାଙ୍କୁ  ୨୦୧୦ ବର୍ଷ ଅପେକ୍ଷା ଅଧିକ ବହୁମତ‌ରେ ବିଜୟୀ କରାଇବେ।

ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ବିଷୟରେ ପ୍ରଶ୍ନ ନେଇ ନିଶାନ୍ତ ସ୍ପଷ୍ଟ କରିଛନ୍ତି ଯେ, ନୀତିଶ  ମୁଖ୍ୟମନ୍ତ୍ରୀ ହେବେ। ସେ କହିଛନ୍ତି, କାକା ଅମିତ ଶାହ ଏବଂ ସମ୍ରାଟ ଚୌଧୁରୀ ମଧ୍ୟ ସ୍ପଷ୍ଟ କରିସାରିଛନ୍ତି ଯେ, ନୀତିଶ କୁମାର ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। କିନ୍ତୁ ମୁଁ ଜାଣି ପାରୁନାହିଁ, ବିରୋଧୀ କାହିଁକି ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି। ସେ ପୁଣି ଥରେ ବିହାରର ଲୋକମାନଙ୍କୁ ଅପିଲ୍ କରିଛନ୍ତି, ମୋ ବାପାଙ୍କୁ ବହୁମତ‌ରେ ବିଜୟୀ କରାନ୍ତୁ। 

 ପୂର୍ବରୁ ସୋମବାର, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଏବଂ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ କହିଥିଲେ, ଏହା ଏବେ ସ୍ପଷ୍ଟ ଯେ, ବିଜେପି ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ ଭାବରେ ଜାରି ରଖିବାକୁ ଚାହୁଁନାହିଁ। ସେ ଶକ୍ତିହୀନ ମନେ ହେଉଛନ୍ତି। ତାଙ୍କୁ ଏକ ମୁଖା ଭାବରେ ବ୍ୟବହାର କରାଯାଉଛି। ସେ ଜନତା ଦଳ ୟୁନାଇଟେଡ୍ କେନ୍ଦ୍ର ମନ୍ତ୍ରୀ ରାଜୀବ ରଞ୍ଜନ ସିଂହ ଓରଫ ଲଲ୍ଲନ ଏବଂ କାର୍ଯ୍ୟକାରୀ ସଭାପତି ସଞ୍ଜୟ କୁମାର ଝା ଭଳି ଲୋକଙ୍କ ଦ୍ୱାରା ପରିଚାଳିତ ହେଉଛନ୍ତି। ଉଭୟ ନେତା ନିଜକୁ ବିଜେପି ପାଖରେ ବିକ୍ରି କରିଦେଇଛନ୍ତି।

ତେଜସ୍ୱୀ ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନିଙ୍କ ମନ୍ତବ୍ୟକୁ ଗମ୍ଭୀରତାର ସହ ନେବାକୁ ଜେଡିୟୁକୁ ପରାମର୍ଶ ଦେଇଛନ୍ତି। ସାଇନି  କହିଥିଲେ ବିଜେପି ନୀତୀଶ କୁମାରଙ୍କୁ ଆଉ ଏକ କାର୍ଯ୍ୟକାଳ ମୁଖ୍ୟମନ୍ତ୍ରୀ ଭାବରେ ଦେବ ନାହିଁ। 

ଅଧିକ ପଢ଼ନ୍ତୁ: କିମ୍ ନା ତାଙ୍କ ଭଉଣୀ କେହି ବି ନୁହନ୍ତି କ୍ଷମତାଶାଳୀ: ଦେଶର ପ୍ରକୃତ କ୍ଷମତା ଅନ୍ୟ ଜଣଙ୍କ ହାତରେ !

ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସହ ମଞ୍ଚ ଉପରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଇବ ସିଂହ ସାଇନି ଦେଇଥିବା ମନ୍ତବ୍ୟ ପରେ ତେଜସ୍ୱୀଙ୍କ ଏହି ବକ୍ତବ୍ୟ ଆସିଛି। କାର୍ଯ୍ୟକ୍ରମରେ ସାଇନିଙ୍କୁ ଏହା କହୁଥିବାର ଶୁଣିବାକୁ ମିଳିଥିଲା, ହରିୟାଣାରେ ବିଜେପିକୁ ପୁନର୍ବାର କ୍ଷମତାକୁ ଆଣିଥିବା ଆମର ବିଜୟ ଯାତ୍ରା ବିହାରରେ ମଧ୍ୟ ଜାରି ରହିବା ଉଚିତ୍। ମୁଁ ନିଶ୍ଚିତ ଯେ, ସମ୍ରାଟ ଚୌଧୁରୀଙ୍କ ନେତୃତ୍ୱରେ ବିଜେପି ଆଗାମୀ ନିର୍ବାଚନ ଜିତିବ।

ଏହି ବିବୃତି ଉପରେ ତେଜସ୍ୱୀ ଯାଦବ କହିଛନ୍ତି, ଜେଡିୟୁ ଏହି ମନ୍ତବ୍ୟକୁ ଗମ୍ଭୀରତାର ସହ ଧ୍ୟାନ ଦେବା ଉଚିତ୍। ସାଇନି ବିଜେପିର ଜାତୀୟ କାର୍ଯ୍ୟକାରିଣୀର ସଦସ୍ୟ ମଧ୍ୟ। ଏହା ମନେ ହେଉଛି ଯେ, ସାଇନି ଦଳ ଦ୍ୱାରା ନିଆଯାଇଥିବା ନିଷ୍ପତ୍ତିକୁ ପ୍ରକାଶ କରିଛନ୍ତି, ଯଦିଓ ସେ ଏହାକୁ ସାର୍ବଜନୀନ କରିନାହାନ୍ତି ବୋଲି ତେଜସ୍ବୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଆମେରିକା ଯୁଦ୍ଧପୋତ ୭୫ ଲଢ଼ୁଆ ବିମାନ ନେଇ ଗଲ୍ଫ ଦେଶରେ ପହଞ୍ଚିଲା: ଇରାନ ଉପରେ ଆକ୍ରମଣ ନେଇ କଳ୍ପନାଜଳ୍ପନା

Nitish Kumar | tejashwi-yadav | Nishant Kumar 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe