‘ମୋ ବାପା ୭୦ ମହିଳାଙ୍କୁ ହତ୍ୟା କରି ପୋତିଛନ୍ତି’

Advertisment
‘ମୋ ବାପା ୭୦ ମହିଳାଙ୍କୁ ହତ୍ୟା କରି ପୋତିଛନ୍ତି’

ୱାସିଂଟନ : ଆମେରିକା ଆୟୋୱା ରାଜ୍ୟର ଜଣେ ପରଲୋକଗତ କୃଷକଙ୍କ ଝିଅ ଲୁସି ଷ୍ଟଡି ଅଭିଯୋଗ କରିଛନ୍ତି ଯେ ତାଙ୍କ ବାପା ଜଣେ ସିରିୟଲ କିଲର ଥିଲେ। ସେ ପ୍ରାୟ ୭୦ ଜଣ ମହିଳାଙ୍କୁ ମାରି ଏକ ୧୦୦ ଫୁଟ ଗଭୀର କୂଅରେ ପୋତିଛନ୍ତି। ଲୁସିଙ୍କ କହିବା ଅନୁସାରେ ତାଙ୍କ ବାପା ଡୋନାଲ୍‌ଡ ଡିନ ଷ୍ଟଡି ନିହତ ମହିଳାମାନଙ୍କ ଶବକୁ ଏକ ୧୦୦ ଫୁଟ ଗଭୀର କୂଅରେ ପକାଇବା ପାଇଁ ତାଙ୍କୁ ଓ ତାଙ୍କ ଭାଇଭଉଣୀଙ୍କୁ ବାଧ୍ୟ କରୁଥିଲେ। ତାଙ୍କ ବାପା ଜଣେ ମଦ୍ୟପ ଥିଲେ। ସେ ମହିଳାମାନଙ୍କୁ ମୁଣ୍ଡକୁ ଛେଚି ହତ୍ୟା କରିବାକୁ ପସନ୍ଦ କରୁଥିଲେ। ଷ୍ଟଡି ୨୦୧୩ ମାର୍ଚ୍ଚରେ ୭୫ ବର୍ଷରେ ମୃତ୍ୟୁବରଣ କରିଥିଲେ। ସେ ଦୁଇଜଣ ପୁରୁଷଙ୍କ ସମେତ ୫୦ରୁ ୭୦ ପର୍ଯ୍ୟନ୍ତ ମହିଳାଙ୍କୁ ହତ୍ୟା କରିଥିବା ତାଙ୍କ ଝିଅ ଯେଉଁ ଅଭିଯୋଗ କରିଛନ୍ତି ପୁଲିସ ତାକୁ ସତ ବୋଲି ବିଶ୍ବାସ କରି ତାହା ଉପରେ ତଦନ୍ତ ଆରମ୍ଭ କରିଛି।

ଷ୍ଟଡିଙ୍କ ଦୁଇ ସ୍ତ୍ରୀ ଆତ୍ମହତ୍ୟା କରିଥିବା ପୁଲିସ ରେକର୍ଡରେ ରହିଛି। ଷ୍ଟଡି ୨୦ରୁ ୩୦ ବର୍ଷୀୟା ମହିଳାମାନଙ୍କୁ, ବୋଧହୁଏ ଯୌନକର୍ମୀମାନଙ୍କୁ ପ୍ରଲୋଭିତ କରି ତାଙ୍କ ୫ ଏକର ବଗିଚାକୁ ନେଉଥିଲେ। ସେଠାରେ ସେମାନଙ୍କୁ ହତ୍ୟା କରୁଥିଲେ। ଏକ ପରିତ୍ୟକ୍ତ ଜମି ଭିତରେ ଏହି କୂଅ ଥିବା ଝିଅ ଦାବି କରିଥିବା ବେଳେ ପୁଲିସ ଏ ନେଇ ଖୋଳତାଡ଼ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe