Image Courtesy of Press Wire18
ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ଅଭିଯାନ ବେଳେ ତାଙ୍କୁ ସେମାନେ ‘ପପ୍ପୁ’ କହିଲେ ବାଧେ ନାହିଁ ବୋଲି ଗୋଟାଏ ସାକ୍ଷାତ୍କାର ସମୟରେ କଂଗ୍ରେସ ନେତା ରାହୁଲ୍ ଗାନ୍ଧୀ କହିଛନ୍ତି।
‘ଦି ବମ୍ବେ ଜର୍ଣ୍ଣାଲ୍’ ସହିତ ସାକ୍ଷାତ୍କାର ବେଳେ ସେ କହିଛନ୍ତି, ଏଇଟା ତାଙ୍କ ମନର କଥା। ଏ କଥା ତାଙ୍କ ମନରେ ଥିବା ଡରର ପରିପ୍ରକାଶ। ସେମାନେ ସୁଖୀ ନୁହନ୍ତି। ସେମାନେ ମତେ ଯେତେ ନାଁରେ ଡାକିଲେ ବି ମୁଁ ଖୁସି। ଅନୁଗ୍ରହ କରି ମତେ ବହୁତ ପ୍ରକାର ନାଁରେ ଡାକନ୍ତୁ।
ସୂଚନାଯୋଗ୍ୟ, ମୁମ୍ବାଇରେ ‘ଭାରତ ଯୋଡ଼ୋ ଯାତ୍ରା’ ସମୟରେ ଉପରୋକ୍ତ ସାକ୍ଷାତ୍କାର ଅନୁଷ୍ଠିତ ହୋଇଥିଲା। ଏବେ ବନ୍ଦ ଥିବା ଉକ୍ତ ଯାତ୍ରା ପୁଣି ଜାନୁଆରି ୩ ତାରିଖରୁ ଆରମ୍ଭ ହେବ।
Image Courtesy of India Todayସାକ୍ଷାତ୍କାରରେ ଇନ୍ଦିରା ଗାନ୍ଧୀଙ୍କ ପ୍ରସଙ୍ଗରେ କହିବା ବେଳେ ରାହୁଲ୍ କହିଛନ୍ତି, ତାଙ୍କ ଦୃଢ଼ ଇଚ୍ଛାଧାରୀ ନେତ୍ରୀ ବା ‘ଲୌହ ମାନବୀ’ କୁହାଯିବା ଆଗରୁ ‘ଜାଡ଼ୀ କଣ୍ଢେଇ’ (ଗୁଙ୍ଗି ଗୁଡ଼ିୟା) ବୋଲି କୁହାଯାଉଥିଲା। ଆଉ ହଠାତ୍ ସେ ‘ଜାଡ଼ୀ କଣ୍ଢେଇ ‘ଲୌହ ମାନବୀ’ ପାଲଟି ଗଲେ। ପ୍ରକୃତରେ ସେ ସବୁ ଦିନ ‘ଲୌହ ମାନବୀ’ ହିଁ ଥିଲେ। ଆପଣଙ୍କର ଯାହା ଇଚ୍ଛା ମତେ ତାହା ଡାକନ୍ତୁ। ମୁଁ ପରବାୟ କରେନାହିଁ।
ଇନ୍ଦିରା ଗାନ୍ଧୀଙ୍କ ଗୁଣ ଭଳି ଗୁଣ ଥିବା କୌଣସି ମହିଳାଙ୍କୁ ଜୀବନ ସଙ୍ଗିନୀ କରିବେ କି ବୋଲି ପଚରାଯିବାରୁ ରାହୁଲ୍ କହିଲେ, ମଜାଦାର ପ୍ରଶ୍ନ। ମାଆ ଓ ଜେଜୀଙ୍କ ଗୁଣ ସମିଶ୍ରଣ ଖୁବ୍ ଉତ୍ତମ।
ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ରାହୁଲ୍ ପୁଣି କହିଛନ୍ତି, ସେ ଥିଲେ ମୋ ଜୀବନର ଶ୍ରଦ୍ଧା। ମୋର ଦ୍ବୀତିୟ ମାତା।
Follow Us