ପ୍ରଧାନମନ୍ତ୍ରୀ ମୋଦୀ ନିଜ ଲାଭ ପାଇଁ କଶ୍ମୀରୀ ପଣ୍ଡିତମାନଙ୍କୁ ବ୍ୟବହାର କରୁଛନ୍ତି: ମୃତ କଶ୍ମୀରୀ ପଣ୍ଡିତଙ୍କ ପତ୍ନୀ

Advertisment
ପ୍ରଧାନମନ୍ତ୍ରୀ ମୋଦୀ ନିଜ ଲାଭ ପାଇଁ କଶ୍ମୀରୀ ପଣ୍ଡିତମାନଙ୍କୁ ବ୍ୟବହାର କରୁଛନ୍ତି: ମୃତ କଶ୍ମୀରୀ ପଣ୍ଡିତଙ୍କ ପତ୍ନୀ

ଶ୍ରୀନଗର: ଗତକାଲି ଆତଙ୍କବାଦୀମାନେ ବଡ଼ଗାମ୍‌ ଜିଲ୍ଲା ଅନ୍ତର୍ଗତ ଚାଦୂରା ଗ୍ରାମରେ ଥିବା ତହସିଲ୍‌ଦାର୍‌ଙ୍କ ଅଫିସ୍‌ରେ ବଳପୂର୍ବକ ପ୍ରବେଶ କରି କଶ୍ମୀରୀ ପଣ୍ଡିତ ରାହୁଲ୍‌ ଭଟଙ୍କୁ ହତ୍ୟା କରିଥିଲେ। କଶ୍ମୀରୀ ପଣ୍ଡିତଙ୍କ ଥଇଥାନ ନେଇ ଦାବି କରାଯାଉଥିବା ବେଳେ ଏଭଳି କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା କରାଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଘଟଣା ପରେ ଆପଣା ସମ୍ପ୍ରଦାୟର ସୁରକ୍ଷା ଦାବି କରି ଗତ ସନ୍ଧ୍ୟା ବେ‌ଳ ଠାରୁ ଜମ୍ମୁ ଓ କଶ୍ମୀରୀର କେତେକ ପ୍ରାନ୍ତରେ କଶ୍ମୀରୀ ପଣ୍ଡିତମାନେ ପ୍ରତିବାଦ ଆରମ୍ଭ କରିଛନ୍ତି।

ତେବେ ରାହୁଲଙ୍କ ମୃତ୍ୟୁକୁ ନେଇ ତାଙ୍କ ପତ୍ନୀ ସ୍ଥାନୀୟ ପ୍ରଶାସନକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ, ଜୀବନ ପ୍ରତି ବିପଦ ଥିବା ଜାଣି ମୋ ସ୍ବାମୀ ଅନେକ ଥର ଜିଲ୍ଲା ମୁଖ୍ୟାଳୟକୁ ପୋଷ୍ଟିଂ କରିବାକୁ ନିବେଦନ କରିଥିଲେ। କିନ୍ତୁ ଅନେକ ଥର ଅନୁରୋଧ ପରେ ବି ତାଙ୍କର ପୋଷ୍ଟିଂ ହୋଇନଥିଲା। ଆଜି ସେଥିପାଇଁ ତାଙ୍କ ଜୀବନ ଯାଇଛି। ତାଙ୍କ କାର୍ଯ୍ୟାଳୟର କିଛି ଲୋକ ଆତଙ୍କବାଦୀଙ୍କ ସହ ଷଡଯନ୍ତ୍ର କରି ମୋ ସ୍ବାମୀଙ୍କୁ ମାରିଛନ୍ତି। ସେ କହୁଥିଲେ ସମସ୍ତେ ତାଙ୍କ ସହିତ ଭଲ ଆଚରଣ କରନ୍ତି ଏବଂ କେହି ତାଙ୍କର କ୍ଷତି ଚାହିଁବେ ନାହିଁ। ହେଲେ ମୁଁ ଭାବୁଛି ତାଙ୍କ କାର୍ଯ୍ୟାଳୟର କିଛି ଲୋକ ଆତଙ୍କବାଦୀଙ୍କ ସହ ମିଶିଥିଲେ। ନହେଲେ ଆତଙ୍କବାଦୀମାନେ ମୋ ସ୍ବାମୀଙ୍କ ବିଷୟରେ କିପରି ଜାଣିଲେ।

publive-image indiatoday

ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହା କଶ୍ମୀରୀ ପଣ୍ଡିତଙ୍କୁ ନେଇ ରାଜନୀତି କରୁଛନ୍ତି। ସେମାନେ ନିଜ ଲାଭ ପାଇଁ କଶ୍ମୀରୀ ପଣ୍ଡିତମାନଙ୍କୁ ବ୍ୟବହାର କରୁଛନ୍ତି। ମୁଁ ସେମାନଙ୍କୁ କାଶ୍ମୀରକୁ ଆସି ସୁରକ୍ଷା ବିନା ବୁଲିବାକୁ ଆହ୍ବାନ କରୁଛି। କଶ୍ମୀରୀ ପଣ୍ଡିତମାନଙ୍କୁ ନିର୍ଯାତନା ଦିଆଯାଉଛି। ସବୁ ଦେଖି ବି ଦେଶ ନିରବ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe