Image Courtesy of NDTV
ସିଙ୍ଗାପୁର: କ୍ରମଶଃ ବୃଦ୍ଧି ପାଉଥିବା କମ୍ୟୁନିଷ୍ଟ୍ ପାର୍ଟିର ସନ୍ଦେହରୁ ନିଜ ନିଜ ସମ୍ପଦକୁ ନିରାପଦ ରଖିବା ଲାଗି ଚୀନ୍ରୁ ବହୁସଂଖ୍ୟକ ବିତ୍ତଶାଳୀ ପରିବାର ସିଙ୍ଗାପୁର ଚାଲିଯାଉଛନ୍ତି।
ସମ୍ପ୍ରତି ବେଜିଙ୍ଗ୍ର ପ୍ରଯୁକ୍ତିବିଦ୍ୟା କୋଟିପତି ଓ ଟିକସ ଫାଙ୍କୁଥିବା ସେଲିବ୍ରେଟିମାନଙ୍କ ଉପରେ ଚଢ଼ାଉ ଏବଂ ୩ ବର୍ଷ ଧରି ଜାରି କରାଯାଇଥିବା ‘ଜିରୋ-କୋଭିଡ୍’ ଯୋଗୁଁ ଅନେକ ବିତ୍ତଶାଳୀ ଚୀନ୍ବାସୀ ସୁରକ୍ଷିତ ସ୍ଥାନ ସନ୍ଧାନ କରୁଥିଲେ।
ନିଜ ନିଜ ଧନସମ୍ପତ୍ତିର ଭବିଷ୍ୟତ ପ୍ରତି ଆଶଙ୍କା କରି ଚୀନ୍ର କେତେକ ଅତ୍ୟନ୍ତ ବିତ୍ତଶାଳୀ ବ୍ୟକ୍ତିମାନେ ସିଙ୍ଗାପୁର ଯିବା ପାଇଁ ଟିକେଟ୍ ବୁକ୍ କରି ସାରିଥିବା କଥା ‘ଏଏଫ୍ପି’ ରିପୋର୍ଟ କରିଛି। ସେମାନଙ୍କ ମଧ୍ୟରୁ କେତେକ କହିଛନ୍ତି, ପିଢ଼ି ପରେ ପିଢ଼ି ଭୋଗ କରିବାକୁ ଥିବା ପାରିବାରିକ ସମ୍ପତ୍ତିକୁ ସୁରକ୍ଷିତ ରଖିବା ପାଇଁ ସିଙ୍ଗାପୁର ଚାଲିଯାଉଛୁ।
Image Courtesy of CNBC୨୦୨୦ରେ ଚୀନ୍ରୁ ସିଙ୍ଗାପୁରକୁ ୪୦୦ ବିତ୍ତଶାଳୀ ପରିବାର ଚାଲି ଆସିଥିବା ବେଳେ ୨୦୨୧ରେ ୭୦୦ ପରିବାର ଚାଲି ଆସିଛନ୍ତି ବୋଲି ‘ମନିଟାରି ଅଥରିଟି ଅଫ୍ ସିଙ୍ଗାପୁର’ ଆକଳନ କରିଛି।
ସୂଚନାଯୋଗ୍ୟ, ବିଗତ ୬ ଦଶନ୍ଧି ହେବ ସିଙ୍ଗାପୁରରେ ଗୋଟିଏ ଦଳ ଶାସନ କରୁଛି। ସେଠାରେ ଶ୍ରମିକ ଧର୍ମଘଟ ଓ ରାସ୍ତାଘାଟରେ ପ୍ରତିବାଦ ପ୍ରଦର୍ଶନ ମଧ୍ୟ ନିଷିଦ୍ଧ। ସେଠାରେ ଟିକସ ମଧ୍ୟ ଅପେକ୍ଷାକୃତ କମ୍ ଏବଂ ଜନସାଧାରଣଙ୍କ ମଧ୍ୟରେ ଆଦିମ ଚୀନାବାସୀଙ୍କ ସଂଖ୍ୟା ଯଥେଷ୍ଟ ଅଧିକ।
Follow Us