ନିଜର ମୁସଲିମ ପରିଚୟ ଲୁଚାଇଥିବା ନେଇ ନବାବ ମଲିକଙ୍କ ଆରୋପ ପରେ ଏଭଳି ଜବାବ ଦେଲେ ୱାଙ୍ଖେଡେ

Advertisment
ନିଜର ମୁସଲିମ ପରିଚୟ ଲୁଚାଇଥିବା ନେଇ ନବାବ ମଲିକଙ୍କ ଆରୋପ ପରେ ଏଭଳି ଜବାବ ଦେଲେ ୱାଙ୍ଖେଡେ

www.indiatoday.in

ମୁମ୍ବାଇ:  ନାର୍କୋଟିକ୍ସ କଂଣ୍ଟ୍ରୋଲ ବ୍ୟୁରୋ (ଏନସିବି)ର ଜୋନାଲ ନିର୍ଦ୍ଦେଶକ ସମୀର ୱାଙ୍ଖେଡେଙ୍କ ମୁସଲମାନ ନାମ ଏବଂ ଜାତି ପ୍ରମାଣପତ୍ର ଉପରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଟ୍ୱିଟ କରି ପ୍ରଶ୍ନ ଉଠାଇଥିଲେ। ଆଜି ନବାବ ମଲିକଙ୍କ ସମସ୍ତ ପ୍ରଶ୍ନର ଉତ୍ତର ରଖିଛନ୍ତି ୱାଙ୍ଖେଡେ। ଏକ ପ୍ରେସ ବିବୃତି ଜାରି କରି ତାଙ୍କ ବାପା ଜଣେ ହିନ୍ଦୁ ଏବଂ ମାତା ଜଣେ ମୁସଲମାନ ଥିଲେ ସେ ବୋଲି କହିଛନ୍ତି।

ନବାବ ମଲିକ୍ ୱାଙ୍ଖେଡେଙ୍କ ଜାତି ପ୍ରମାଣପତ୍ର ଟ୍ବିଟ କରି ସେ ଜଣେ ମୁସଲିମ, ତାଙ୍କ ନାଁ ସମୀର ଦାଉଦ ୱାଙ୍ଖେଡେ ଏବଂ ଏନସିବିରେ ଚାକିରି କରିବା ପାଇଁ ‌ସେ ନିଜର ଜାଲ ଜାତି ପ୍ରମାଣପତ୍ର ତିଆରି କରିଥିବା ନେଇ ଆରୋପ ଲଗାଇଥିଲେ। ଏହାର ଜବାବ ଦେବାକୁ ଯାଇ ୱାଙ୍ଖେଡେ କହିଛନ୍ତି ଯେ, ମୋ ବାପା ଜଣେ ହିନ୍ଦୁ ଥିଲେ ଏବଂ ମୋ ମା' ଜହିଦା ଜଣେ ମୁସଲିମ ଥିଲେ। ପରେ ମୁଁ ୨୦୦୬ରେ ଜଣେ ମୁସଲିମଙ୍କୁ ବିବାହ କରିଥିଲି ହେଲେ ୨୦୧୬ରେ ତାଙ୍କଠାରୁ ଅଲଗା ହୋଇ ୨୦୧୭ରେ ଜଣେ ହିନ୍ଦୁ ମହିଳା କ୍ରାନ୍ତି ରେଡକର ୱାଙ୍ଖେଡେଙ୍କୁ ବିବାହ କରିଥିଲି। ଟ୍ୱିଟରରେ ମୋର ବ୍ୟକ୍ତିଗତ କାଗଜପତ୍ର ଏଭଳି ସେୟାର କରିବା ଅପମାନଜନକ ଏବଂ ମୋ ପରିବାରର ଗୋପନୀୟତା ଉପରେ ଅନାବଶ୍ୟକ ଆକ୍ରମଣ। ଏହା ମୋତେ, ମୋ ପରିବାରକୁ, ମୋ ବାପା ଏବଂ ମୋର ମୃତ ମା'ଙ୍କୁ ଅପମାନିତ କରିବା ପାଇଁ ଉଦ୍ଦିଷ୍ଟ। ଗତ କିଛି ଦିନ ମଧ୍ୟରେ ମାନ୍ୟବର ମନ୍ତ୍ରୀଙ୍କ କାର୍ଯ୍ୟକଳାପ ମୋତେ ଏବଂ ମୋ ପରିବାରକୁ ମାନସିକ  ଚାପରେ ପକାଇଛି।

ଅନ୍ୟପକ୍ଷରେ ୱାଙ୍ଖେଡେଙ୍କ ପତ୍ନୀ କ୍ରାନ୍ତି ରେଡକର ୱାଙ୍ଖେଡେ ଟୁଇଟ କରିଛନ୍ତି ଯେ, ମୁଁ ଏବଂ  ମୋର ସ୍ୱାମୀ ସମୀର ଜନ୍ମରୁ ହିନ୍ଦୁ। ଆମେ ଅନ୍ୟ କୌଣସି ଧର୍ମକୁ ଗ୍ରହଣ କରିନାହୁଁ। କିନ୍ତୁ ସମସ୍ତ ଧର୍ମକୁ ସମ୍ମାନ ଦେଉଛୁ। ସମୀରଙ୍କ ପିତା ହିନ୍ଦୁ ଥିଲେ ଏବଂ ମା' ମୋର ମୁସଲମାନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe