ମୋ ଦଳ ବହୁତ ଶୃଙ୍ଖଳିତ; ପାର୍ଥଙ୍କୁ ବିଦା କରିବା ପରେ କହିଲେ ମମତା ବାନାର୍ଜୀ

Advertisment
ମୋ ଦଳ ବହୁତ ଶୃଙ୍ଖଳିତ; ପାର୍ଥଙ୍କୁ ବିଦା କରିବା ପରେ କହିଲେ ମମତା ବାନାର୍ଜୀ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀଙ୍କ ହାତରୁ ମନ୍ତ୍ରୀ ପଦ ଛଡ଼ାଇ ନେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କୁ ଆଜି କ୍ୟାବିନେଟ୍ ବୈଠକ ପରେ ମନ୍ତ୍ରାଳୟରୁ ହଟାଇ ଦିଆଯାଇଛି। ପାର୍ଥଙ୍କୁ ମନ୍ତ୍ରୀ ପଦରୁ ହଟାଇବା ପରେ ମୋ ଦଳ ବହୁତ  ଶୃଙ୍ଖଳା ବହୁତ କଡ଼ା ବୋଲି କହିଛନ୍ତି ମମତା ବାନାର୍ଜୀ।

ସେ କହିଛନ୍ତି ଯେ, ମୁଁ ପାର୍ଥଙ୍କୁ ମନ୍ତ୍ରୀ ପଦରୁ ବିଦା କରିଛି। କାରଣ ମୋର ଦଳ ହେଉଛି ଏକ କଡ଼ା ଶୃଙ୍ଖଳା ଥିବା ଦଳ। ଯଦି କେହି ଭାବୁଛନ୍ତି ଯେ ସେମାନେ ଏଭଳି ଦୁର୍ନୀତି କରି ଶୃଙ୍ଖଳିତ ଦଳରେ ବିଶୃଙ୍ଖଳା ସୃଷ୍ଟି କରଦେବେ, ତେବେ ସେମାନେ ଭୁଲ୍ କରୁଛନ୍ତି। ଦୁର୍ନୀତି ଅଭିଯୋଗରେ ବିରୋଧୀଙ୍କ ତୀବ୍ର ଚାପର ସମ୍ମୁଖୀନ ହୋଇ ମମତା ଗୁରୁବାର ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରୀ ପଦରୁ ବରଖାସ୍ତ କରିଛନ୍ତି।

ଏହା ପୂର୍ବରୁ ଶିକ୍ଷକ ନିଯୁକ୍ତିି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ପଡ଼ିଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଦଳରୁ ବହିଷ୍କାର କରିବା ସହ ସମସ୍ତ ପଦବୀରୁ ହଟାଇ ଦେବା ଉଚିତ ବୋଲି କହିଥିଲେ ତ୍ରୁଣମୂଳ କଂଗ୍ରେସର ମୁଖପାତ୍ର କୁନାଲ ଘୋଷ। ସେ ଏକ ଟ୍ବିଟ୍‌ କରି ଲେଖିଥିଲେ ଯେ, ‘ପାର୍ଥ ଚାଟାର୍ଜୀଙ୍କୁ ମନ୍ତ୍ରାଳୟରୁ ଏବଂ ସମସ୍ତ ଦଳୀୟ ପଦରୁ ବହିଷ୍କାର କରାଯିବା ଉଚିତ। ଯଦି ମୋର ଏହି ବିବୃତି ଭୁଲ୍‌ ତେବେ ‌ମୋ‌ତେ ବହିଷ୍କାର କରିବାର ଦଳର ପୂର୍ଣ୍ଣ ଅଧିକାର ଅଛି। ମୁଁ ଜଣେ ସୈନିକ ପରି ମୋର ସେବା ଜାରି ରଖିବି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe