'ମୋ ସିନ୍ଦୂର ଦେଶର ନାମରେ...': ବିବାହର ୨ ଦିନ ପରେ ସୀମାରେ ପହଞ୍ଚିଲେ ଯବାନ

ମହାରାଷ୍ଟ୍ରର ଜଳଗାଓଁରେ, ଜଣେ ଭାରତୀୟ ସେନା ଯବାନ ତାଙ୍କ ବିବାହର ମାତ୍ର ଦୁଇ ଦିନ ପରେ ଡ୍ୟୁଟିରେ ଯୋଗ ଦେଇଛନ୍ତି। ତାଙ୍କ ବିବାହ ୫ ମେ’ରେ ହୋଇଥିଲା। ୭ ମେ’ରେ ତାଙ୍କୁ 'ଅପରେସନ ସିନ୍ଦୂର' ପାଇଁ ତୁରନ୍ତ ଡକାଯାଇଥିଲା। ସ୍ତ୍ରୀ ୟାମିନୀ କହିଥିଲେ, "ମୋର ସିନ୍ଦୁର ଦେଶ ପାଇଁ"...

'my vermilion In the name of country...': Soldier reaches border 2 days after marriage

'my vermilion In the name of country...': Soldier reaches border 2 days after marriage Photograph: (Sambad.in)

ମୁମ୍ବାଇ: ମହାରାଷ୍ଟ୍ରର ଜଳଗାଓଁରେ, ଜଣେ ସେନା ଯବାନ ନିଜ ଦେଶର ସେବା କରିବା ପାଇଁ ବିବାହର ଦୁଇ ଦିନ ପରେ ଦେଶର ସୀମାକୁ ଫେରି ତାଙ୍କ ଡ୍ୟୁଟିରେ ଯୋଗ ଦେଇଛନ୍ତି। ବିବାହ ପରଦିନ ଯେତେବେଳେ ତାଙ୍କୁ ଡକାଗଲା, ତାଙ୍କ ନବବିବାହିତା ସ୍ତ୍ରୀ ମନା କରି ନଥିଲେ ଏବଂ ଲୁହଭିଜା ଆଖିରେ ତାଙ୍କ ସ୍ୱାମୀଙ୍କୁ ବିଦାୟ ଦେଇଥିଲେ। ସ୍ତ୍ରୀ କହିଥିଲେ ଯେ, ତାଙ୍କ ସିନ୍ଦୁର ଦେଶର ନାମରେ। ଏହା ସହିତ ନବବିବାହିତା କହିଥିଲେ, ସେ ତାଙ୍କ ସ୍ୱାମୀଙ୍କ ପାଇଁ ଗର୍ବିତ।

ପାଚୋରା ତହସିଲର ଖେଦଗାଓଁ ନାନ୍ଦିଚେ ଗାଁର ବାସିନ୍ଦା ‌ସେନା ଯବାନ ମନୋଜ ଜ୍ଞାନେଶ୍ୱର ପାଟିଲ ତାଙ୍କ ବିବାହର ମାତ୍ର ଦୁଇ ଦିନ ପରେ କର୍ତ୍ତବ୍ୟର ଡାକରାରେ ଦେଶ ସେବା କରିବା ପାଇଁ ଘରୁ ବାହାରିଥିଲେ। ସେ ୫ ମେ’ରେ ୟାମିନୀ ନାମକ ଜଣେ ଝିଅକୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ତାଙ୍କୁ ସୀମାରେ ଡ୍ୟୁଟି ପାଇଁ ଡକାଯାଇଥିଲା। ଦେଶପ୍ରେମର ଉଦାହରଣ ସୃଷ୍ଟି କରି, ମନୋଜ ତାଙ୍କ ପତ୍ନୀଙ୍କୁ ଆଶ୍ୱାସନା ଦେଇ ନିଜ ଡ୍ୟୁଟିରେ ଯୋଗ ଦେଇଥିଲେ। ମାଟି ମା’ଡାକରେ ମନୋଜ ଏବଂ  ୟାମିନୀଙ୍କ ବାସର ରାତି ଫିକା ପଡ଼ି ଯାଇଥିଲା।


ବିବାହ ପରେ, ମେ’ ୭ ତାରିଖରେ, ସେ ପାଚୋରା ରେଳ ଷ୍ଟେସନରୁ ତାଙ୍କ ପୋଷ୍ଟିଂ ସ୍ଥାନକୁ ଯାଇଥିଲେ।  ତାଙ୍କ ପରିବାର ସଦସ୍ୟ, ସ୍ତ୍ରୀ, ପିତାମାତା ଏବଂ ସମ୍ପର୍କୀୟମାନେ ତାଙ୍କୁ ବିଦାୟ ଦେବାକୁ ଆସିଥିଲେ। ସମସ୍ତଙ୍କ ଆଖି ଲୁହରେ ଭିଜି ଯାଇଥିଲା। କିନ୍ତୁ ସେମାନଙ୍କ ମୁହଁରେ ଦେଶପ୍ରେମର ଗର୍ବ ମଧ୍ୟ ସ୍ପଷ୍ଟ ଭାବରେ ଦେଖାଯାଉଥିଲା। ଏହି ଅବସରରେ ସ୍ତ୍ରୀ ୟାମିନୀ କହିଥିଲେ, ମୋର ସିନ୍ଦୁର ଦେଶ ପାଇଁ। ମୁଁ ଗର୍ବିତ ଯେ, ମୋ ସ୍ୱାମୀ ଦେଶ ସେବା କରୁଛନ୍ତି। ୟାମିନୀଙ୍କ ଆଖିରେ ଲୁହ ଥିଲା` ତାଙ୍କ ହାତରେ ମେହେନ୍ଦିର ଚମକ ରହିଥିଲା।

ଅଧିକ ପଢ଼ନ୍ତୁ: ପଞ୍ଜାବ ଏୟାସ୍‌ବେସ୍‌କୁ ଟାର୍ଗେଟ୍‌ କରି ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ମାଡ଼ କରିଥିଲା ପାକିସ୍ତାନ


ସୂଚନାଯୋଗ୍ୟ, କଶ୍ମୀରର ପହଲଗାମରେ ପାକିସ୍ତାନୀ ଆତଙ୍କବାଦୀ ଆକ୍ରମଣର ଜବାବରେ, ଭାରତ ସରକାର ୭ ମେ’ରେ 'ଅପରେସନ୍ ସିନ୍ଦୂର' ଚଳାଇଥିଲେ। ଏହି ଅପରେସନରେ, ୯ଟି ସ୍ଥାନରେ ବାୟୁସେନା ଏୟାର ଷ୍ଟ୍ରାଇକ୍ କରି ଆତଙ୍କବାଦୀଙ୍କୁ ନିପାତ କରିଥିଲା। ଏହା ପରେ, ଛୁଟିରେ ଥିବା ସମସ୍ତ ସୈନିକଙ୍କୁ ଡକାଯାଇଥିଲା। କାରଣ ପରିସ୍ଥିତି ଯୁଦ୍ଧ ଭଳି ହୋଇଯାଇଥିଲା।

ମନୋଜ ପାଟିଲଙ୍କ ଏହି ନିଷ୍ପତ୍ତିକୁ ସମଗ୍ର ଅଞ୍ଚଳରେ ପ୍ରଶଂସା କରାଯାଉଛି। ତାଙ୍କୁ ପାଚୋରା ଷ୍ଟେସନରେ ବିଦାୟ ଦେବା ସମୟରେ, ଗାଁ ଲୋକମାନେ ମଧ୍ୟ ସ୍ଲୋଗାନ ଦେଇଥିଲେ। ଏହି ଅବସରରେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ବିଜୟ ସିଂହ ମଧ୍ୟ ପାଟିଲଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଯିବା ସମୟରେ ମନୋଜ କହିଥିଲେ ଯେ, ଆମର ଜଣେ ଜଣେ ସୈନିକ ଦଶ ଦଶ ଜଣ ଆତଙ୍କବାଦୀଙ୍କୁ ମାରିବାକୁ ସକ୍ଷମ। ବିଜୟ ଆମର ହେବ।

ଅଧିକ ପଢ଼ନ୍ତୁ: ଡ୍ରୋନ୍ ଉପରେ କଡ଼ା ନଜର ରଖିବାକୁ ପୁଲିସକୁ ନିର୍ଦ୍ଦେଶ ଦେଲେ ଓଡ଼ିଶା ସରକାର

 OperationSindoor | Maharashtra

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe