ରଏଟର୍‌ ସାମ୍ବାଦିକଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଲା ମିଅାଁମାର୍‌ ଅଦାଲତ

ରଏଟର୍‌ ସାମ୍ବାଦିକଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଲା ମିଅାଁମାର୍‌ ଅଦାଲତ

Detained Myanmar journalist Wa Lone (C) is escorted by police out of a court in Yangon on August 27, 2018. - A Myanmar court on August 27 postponed ruling on whether two Reuters journalists violated a state secrets law while reporting on the Rohingya crisis, with a new date set for next week. (Photo by Ye Aung THU / AFP)YE AUNG THU/AFP/Getty Images

ୟାଙ୍ଗୋନ୍‌: ଦେଶର ଗୋପନୀୟତା ଉଲ୍ଲଂଘନ କରିଥିବା ଦୋଷରେ ଦୁଇ ଜଣ ରଏଟର୍‌ ସମ୍ବାଦତାଦାଙ୍କୁ ସୋମବାର ଦିନ ମିଅାଁମାର୍‌ର ଜଣେ ବିଚାରପତି ସାତବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।

ୟାଙ୍ଗୋନ୍‌ ଉତ୍ତରାଞ୍ଚଳ ଜିଲ୍ଲା ଜଜ୍‌ ୟେ ଲିଓ୍ଵିନ୍‌ କହିଛନ୍ତି: ଗୋପନୀୟ ଦଲିଲପତ୍ର ଯୋଗାଡ଼ କରି ପାଇବାକୁ ୩୨ ବର୍ଷିୟ ଓ୍ଵା ଲୋନ୍‌ ଏବଂ ୨୮ ବର୍ଷିୟ କ୍ୱାଓ ସୋ ଊ ଉପନିବେଶ ଅମଳର ଅଫିସିଆଲ୍‌ ସିକ୍ରେଟ୍‌ ଆକ୍ଟ୍‌ ଉଲ୍ଲଂଘନ କରିଛନ୍ତି।

ଦୋଷୀମାନଙ୍କୁ ୭ ବର୍ଷ ଜେଲ୍‌ ଦଣ୍ଡ ଦିଆ ଯାଇଛି। ଡିସେମ୍ବର ୧୨ ଠାରୁ ଆଜିଯାଏ ସେମାନେ ଜେଲ୍‌ରେ ଥିବା ସମୟକୁ ମଧ୍ୟ ବିଚାରକୁ ନିଆଯିବ।

ମିଅାଁମାର୍‌ରେ ନିଯୁକ୍ତ ବ୍ରିଟେନ୍‌ର ରାଷ୍ଟ୍ରଦୂତ ଡାନ୍‌ ଚଗ୍‌ କହନ୍ତି: ଏ ଭଳି ରାୟ ଶୁଣି ଆମେ ଖୁବ୍‌ ହତାଶ ହୋଇ ପଡ଼ିଛୁ।

ପ୍ରେସ୍‌ ଫିଡମ୍‌ ଆଡ୍‌ଭୋକେଟ୍‌, ଜାତିସଂଘ, ଇଉରୋପିଆନ୍‌ ୟୁନିୟନ୍‌ ଏବଂ ଯୁକ୍ତରାଷ୍ଟ୍ର ଆମେରିକା, କାନଡା ଏବଂ ଅଷ୍ଟ୍ରେଲିଆ ଆଦି ଦେଶ ରଏଟର୍‌ ସାମ୍ବାଦିକମାନଙ୍କୁ ଦୋଷମୁକ୍ତ କରିବାକୁ କହିଛନ୍ତି।

ରଏଟର୍‌ର ମୁଖ୍ୟ ସଂପାଦକ ଷ୍ଟିଫେନ୍‌ ଜେ ଆଡ୍‌ଲର୍‌ ଏକ ବିବୃତିରେ କହନ୍ତି: ମିଅାଁମାର୍‌, ରଏଟର୍‌ ସାମ୍ବାଦିକ ଓ୍ଵା ଲୋନ୍‌ ଏବଂ କ୍ୱାଓ ସୋ ଊ’ ଏବଂ ସମଗ୍ର ଗଣମାଧ୍ୟମ ପାଇଁ ଆଜି ଦୁଃଖର ଦିନ।

ସାମ୍ବାଦିକ ଦୁହେଁ ଅଦାଲତରେ କହିଥିଲେ କି, ଅଧିକାରୀମାନେ ଗିରଫ କରିବାର କେଇ ମିନିଟ୍‌ ପୂର୍ବରୁ ଉତ୍ତର ୟାଙ୍ଗୋନ୍‌ର ଗୋଟିଏ ରେସ୍ତୋରାଁରେ ଦୁଇଜଣ ପୁଲିସବାଲା ତାଙ୍କୁ କାଗଜପତ୍ର ଦେଇଥିଲେ।

ରୋହିଙ୍ଗ୍ୟା ମୁସଲମାନଙ୍କ ଗଣହତ୍ୟା ଉପରେ ରିପୋର୍ଟ ଦେଉଥିବାରୁ ସାମ୍ବାଦିକ ଦୁହିଁଙ୍କୁ ବ୍ଲକ୍‌ କରିବାକୁ କିଂବା ଦଣ୍ଡ ଦେବାକୁ ଧରିବା ନିମନ୍ତେ ରେସ୍ତୋରାଁ ମିଟିଙ୍ଗ୍‌ ଆୟୋଜିତ ହୋଇଥିବା କଥା ଜଣେ ପୁଲିସ ସାକ୍ଷୀ କହିଛି।

ରାୟ ଶୁଣାଯିବା ପରେ ସାମ୍ବାଦିକ ଓ୍ଵା ଲୋନ୍‌ କହିଛନ୍ତି: ମୁଁ ଭୟ କରୁ ନାହିଁ। ମୁଁ କିଛି ଭୁଲ୍‌ କରି ନାହିଁ... ମୁଁ ନ୍ୟାୟ, ଗଣତନ୍ତ୍ର ଏବଂ ସ୍ୱାଧୀନତାରେ ବିଶ୍ୱାସ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe