ମ୍ୟାମାରରେ ମୃତ୍ୟୁର ତାଣ୍ଡବ: ୧୬୦୦ ମୃତ, ୩୪୦୦ ଆହତ, ଅନେକ ନିଖୋଜ...

1600

Photograph: (Sambad.in)

ନେପିଣ୍ଡା: ମ୍ୟାମାରରେ ପ୍ରକୃତିର ଧ୍ୱଂସଲୀଳା ପରେ ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ସମୟ ଯେତେ ବଢୁଛି ମୃତକଙ୍କ ସଂଖ୍ୟା ସେତେ ବଢିବାରେ ଲାଗିଛି । କେଉଁଠି ମାଟି ତଳୁ ମୃତଦେହ ମିଳୁଛି କ କେଉଁଠି ଭାଙ୍ଗିଯାଇଥିବା କୋଠା ତଳୁ ବାହାର କରାଯାଉଛି କୁଢ କୁଢ ଶବ । 

ଶୁକ୍ରବାର ଓ ଶନିବାର ଲଗାତାର ଦୁଇ ଦିନରେ ୩ ଥର ବିଶାଳ ଭୂକମ୍ପ ପରେ ପୂରା ଦୋହଲି ଯାଇଛି ମ୍ୟାମାର । ଏଯାଏଁ ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ସଂଖ୍ୟା ୧୬୦୦ ଛୁଇଁଥିବା ବେଳେ ଗୁରୁତର ଆହତଙ୍କ ସଂଖ୍ୟା ୩୪୦୦ରେ ପହଞ୍ଚିଛି । ଆଉ କେତେ କେଉଁଠି ନିଖୋଜ ଅଛନ୍ତି ତାହାର ଆକଳନ କରାଯାଇପାରୁନି । 

ଭୂକମ୍ପ ପ୍ରବଣ ମ୍ୟାମାରର ପିଛା ଛାଡୁନି ଭୂମିକମ୍ପ । ଶୁକ୍ରବାର ୭.୭ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ସବୁକିଛି ଛାରଖାର କରିଦେବା ପରେ ଆଜି ପୁଣି ଦ୍ବିପହରେ ୫.୧ ତୀବ୍ରତାର ଆଉ ଏକ ଭୂକମ୍ପ ବୋଝ ଉପରେ ନଳିତା ବିଡା ହୋଇ ମ୍ୟାମାରର ଅଣ୍ଟା ଦୋହଲାଇ ଦେଇଛି । 

ମ୍ୟାମାରର ଏପରି ସଙ୍କଟ ସମୟରେ ସାରା ବିଶ୍ବ କ୍ଷତିଗ୍ରସ୍ତ ଦେଶ ପାଇଁ ପ୍ରାର୍ଥନା କରୁଥିବା ବେଳେ ଭାରତ ସହାୟତାର ହାତ ବଢାଇଛି । ପଡୋଶୀ ଦେଶକୁ ବିପଦରେ ସାହାଯ୍ୟ କରିବାକୁ ଆରମ୍ଭ ହୋଇଛି ଅପରେସନ ବ୍ରହ୍ମା । ଯାହା ଦ୍ବାରା ମ୍ୟାମାରକୁ ରିଲିଫ ଦିଆଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe