ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିମାନ, ଲ୍ୟାଣ୍ଡିଙ୍ଗ୍‌ ଗିୟର ଫେଲ୍‌ ହେବା ପରେ ପଛଚକାରେ କଲେ ଅବତରଣ

Advertisment
ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ବିମାନ, ଲ୍ୟାଣ୍ଡିଙ୍ଗ୍‌ ଗିୟର ଫେଲ୍‌ ହେବା ପରେ ପଛଚକାରେ କଲେ ଅବତରଣ

The Financial Express

ନୂଆଦିଲ୍ଲୀ : ଜଣେ ପାଇଲଟ୍‌ଙ୍କ ଉପସ୍ଥିତ ବୁଦ୍ଧି ପାଇଁ ଅନେକ ଲୋକଙ୍କ ଜୀବନ ବଞ୍ଚି ଯାଇଥିବା ଜଣା ପଡ଼ିଛି । ମିଆଁମାର ଏୟାରଲଇନ୍ସର ବିମାନ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ବେଳେ ଲୋକେ ପାଇଲଟ୍‌ଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି । ମିଳିଥିବା ସୂଚନା ମୁତାବକ, ବିମାନଟି ଅବତରଣ କରିବାକୁ ଯାଉଥିବା ସମୟରେ ଲ୍ୟାଣ୍ଡିଙ୍ଗ ଗିୟର କାମ ନ କରିବାରୁ ଆଗ ଚକା ଖୋଲି ନଥିଲା । କିନ୍ତୁ ପାଇଲଟ୍‌ ନିଜର ଉପସ୍ଥିତ ବୁଦ୍ଧି ଖଟାଇ ପଛ ଚକାରେ ବିମାନକୁ ଅବତରଣ କରାଇଥିଲେ । ଯାହାଦ୍ୱାରା ବିମାନଟି ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିଲା । ଏହି ଘଟଣା ପରେ ଏୟାରଲାଇନ୍ସ ପକ୍ଷରୁ ମଧ୍ୟ ପାଇଲଟଙ୍କ କୁଶଳତାକୁ ପ୍ରଶଂସା କରାଯାଉଛି ।

publive-image navbharattimes.indiatimes.com

ଏୟାରଲାଇନ୍ସ ତରଫରୁ ଜାରି ବୟାନରେ କୁହାଯାଇଛି, ୟଙ୍ଗୁନରୁ ମଣ୍ଡାଲେ ପାଇଁ ଉଡ଼ାଣ ଭରିଥିଲା ବିମାନ । ମଣ୍ଡାଲେ ବିମାନବନ୍ଦରରେ ଅବତରଣ କରାଇବା ସମୟରେ ବିମାନର ଲ୍ୟାଣ୍ଡିଙ୍ଗ ଗିୟର କାମ କରୁ ନଥିବା ଜାଣିବାକୁ ପାଇଥିଲେ ପାଇଲଟ । ଯାହା ପରେ ସେ ପଛ ଚକାରେ ବିମାନ ଅବତରଣ କରାଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe