Image Courtesy of Latrobe Valley Express
ନୂଆଦିଲ୍ଲୀ: ମିଅାଁମାର୍ର ରାଷ୍ଟ୍ରପତି ଉତିନ୍ ଚଓ୍ଵାଓ ଇସ୍ତଫା ଦେଇଛନ୍ତି ବୋଲି ରାଷ୍ଟ୍ରପତି କାର୍ଯ୍ୟାଳୟର ଏକ ଫେସ୍ବୁକ୍ ପୋଷ୍ଟ୍କୁ ଆଧାର କରି ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛି।
ଉତିନ୍ ଚଓ୍ଵାଓ ୨୦୧୬ରେ ରାଷ୍ଟ୍ରପତି ହୋଇଥିଲେ। ଦଶନ୍ଦି ଦଶନ୍ଦି ଧରି ସାମରିକ ନେତୃତ୍ୱ ଚାଲିବା ପରେ ଅନୁଷ୍ଠିତ ନିର୍ବାଚନ ପରେ ସେ ରାଷ୍ଟ୍ରପତି ହୋଇଥିଲେ। କିନ୍ତୁ, ବାସ୍ତବରେ ସେ ଥିଲେ ଜଣେ ଆଳଙ୍କାରିକ ନେତା। ଦୀର୍ଘ ଦିନ ବିରୋଧୀ ଦଳରେ ରହିଥିବା ନେତ୍ରୀ ଅଙ୍ଗ୍ ସୁଉ କିୟି ହିଁ ବାସ୍ତବ ରାଷ୍ଟ୍ରପତି ଅଟନ୍ତି।
ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପୋଷ୍ଟ୍ କରିଥିବା ଏହି ଦସ୍ତଖତ ରହିତ ଫେସ୍ବୁକ୍ ନୋଟିସ୍ରେ ଉଲ୍ଲେଖ ଅଛି ଯେ ଉତିନ୍ ଚଓ୍ଵାଓ ବିଶ୍ରାମ ନେବାକୁ ଚାହୁଁଥିବାରୁ ମାର୍ଚ ୨୧ ତାରିଖ ଦିନ ଇସ୍ତଫା ଦେଇଛନ୍ତି।
ସାତ ଦିନ ମଧ୍ୟରେ ରାଷ୍ଟପତି ପଦବୀ ପୂରଣ କରାଯିବ ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ଉତିନ୍ ଚଓ୍ଵାଓ ଇସ୍ତଫା ଦେଉଛନ୍ତି ବୋଲି ପ୍ରାୟ ବର୍ଷେ ହେବ ଗୁଜବ ଉଠୁଛି, କିନ୍ତୁ ସରକାର ଏବଂ ନେସ୍ନାଲ୍ ଲିଗ୍ ଫର୍ ଡେମୋକ୍ରାସି ପାର୍ଟିର ଅଧିକାରୀମାନେ ଏହାକୁ ସବୁବେଳେ ଅଗ୍ରାହ୍ୟ କରି ଆସୁଥିଲେ।
Follow Us