ୱାକି-ଟକି ରଖିଥିବାରୁ ମିଆଁମାର୍‌ ନେତ୍ରୀ ଆଙ୍ଗ୍‌ ସାନ୍‌ ସୁ କି’ଙ୍କୁ ଆଉ ୪ ବର୍ଷ ଜେଲ୍‌

ୱାକି-ଟକି ରଖିଥିବାରୁ ମିଆଁମାର୍‌ ନେତ୍ରୀ ଆଙ୍ଗ୍‌ ସାନ୍‌ ସୁ କି’ଙ୍କୁ ଆଉ ୪ ବର୍ଷ ଜେଲ୍‌

ୟାଙ୍ଗୋନ୍‌: ୩ଟି ଅପରାଧିକ ମାମଲାରେ ଆଜି ମିଆଁମାର ସାମରିକ ଅଦାଲତ ବିତାଡ଼ିତା ବେସାମରିକ ନେତ୍ରୀ ଆଙ୍ଗ୍‌ ସାନ୍‌ ସୁ କି’ଙ୍କୁ ୪ବର୍ଷ କାରାଦଣ୍ଡାଦେଶ ଦେଇଛନ୍ତି।

ଗତ ଫେବ୍ରୁଆରି ୧ ତାରିଖରେ ହୋଇଥିବା ସାମରିକ ବିଦ୍ରୋହରେ ନୋବେଲ୍‌ ପୁରସ୍କାର ବିଜୟିନୀ ସୁ କି’ଙ୍କୁ ବିତାଡ଼ିତ କରାଯିବା ପରେ ମିଆଁମାର୍‌ରେ ସେ ସ୍ବଳ୍ପ କାଳ ହେବ ଆରମ୍ଭ କରିଥିବା ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାର ଅବସାନ ଘଟିଥିଲା।

publive-image Image Courtesy of NDTV

ସୁ କି’ଙ୍କ ବିରୋଧରେ ଆଗତ ମାମଲାଗୁଡ଼ିକ ସଂକ୍ରାନ୍ତରେ ଅବଗତ ଥିବା ବ୍ୟକ୍ତିମାନଙ୍କ ଠାରୁ ଜଣାପଡ଼ିଛି ଯେ, ୭୬ ବର୍ଷୀୟ ନେତ୍ରୀଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ମାମଲାଗୁଡ଼ିକରୁ ଗୋଟିଏ ହେଉଛି ବେଆଇନ ଭାବେ ବିଦେଶରୁ ମଗାଇ ପାଖରେ ରଖିଥିବା ୱାକି-ଟକି ଏବଂ ଅନ୍ୟଟି ହେଉଛି କରୋନାଭାଇରସ୍‌ ନିୟମ ଭଙ୍ଗ।

publive-image Image Courtesy of Deviscourse

ବିଦ୍ରୋହ ଦିନ ତାଙ୍କ ଘର ଚଢ଼ାଉ କରିବା ବେଳେ ସୈନିକମାନେ ଉକ୍ତ ଚୋରା ୱାକି-ଟକି ଜବତ କରିଥିଲେ। ସେହିଭଳି ପ୍ରଚାର ଅଭିଯାନ ବେଳେ କୋଭିଡ୍‌-୧୯ ନିୟମ ଭଙ୍ଗ କରିଥିବାରୁ ଗତ ଡିସେମ୍ବର ମାସରେ ସୁ କି’ଙ୍କୁ ସାମରିକ ଅଦାଲତ ୪ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲା।

କିନ୍ତୁ, ଶାସନ କ୍ଷମତାରେ ଥିବା ସେନା ମୁଖ୍ୟ ମିନ୍‌ ଅଙ୍ଗ୍‌ ଲେଙ୍ଗ୍‌ ସୁ କି’ଙ୍କ ଦଣ୍ଡାଦେଶରୁ ୨ ବର୍ଷ କାଟି ଦେଇଛନ୍ତି। କିନ୍ତୁ, ସେ ଦୁଇ ବର୍ଷକାଳ ସେ ରାଜଧାନୀ ନେପିୟଡରେ ଗୃହବନ୍ଦୀ ଭାବେ ବିତାଇ ପାରିବେ।

ଆଜି ସୁ କି’ଙ୍କୁ ରାଜଧାନୀର କ‌ୌଣସି ଏକ ଅଜ୍ଞାତ ସ୍ଥାନରେ ରଖାଯାଇଛି। ବିଚାର ଆରମ୍ଭ ପୂର୍ବରୁ କେବଳ ଓକିଲମାନଙ୍କ ସହ ପରାମର୍ଶ କରିବାକୁ ତାଙ୍କୁ ସ୍ବଳ୍ପ ସମୟ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe