dawn.com
ଏଲୁର : ଆନ୍ଧ୍ର ପ୍ରଦେଶର ଏଲୁରୁରେ ବ୍ୟାପିଥିବା ରହସ୍ୟମୟ ରୋଗକୁ ନେଇ ଏବେ ବି ଆତଙ୍କ ଲାଗି ରହିଛି। ଏ ବାବଦରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ ପରିବା ଏବଂ ମାଛରୁ ଏହି ରୋଗ ବ୍ୟାପିଛି। ରୋଗୀମାନଙ୍କ ନମୁନା ପରୀକ୍ଷଣରୁ କେତେକ ବିଷାକ୍ତ ପଦାର୍ଥ ମିଳିଛି। ଏ ପର୍ଯ୍ୟନ୍ତ ଏହି ରହସ୍ୟମୟ ରୋଗରେ ଆକ୍ରାନ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୬ ଶହ ଅତିକ୍ରମ କରିଗଲାଣି। ବୈଜ୍ଞାନିକଙ୍କ ରିପୋର୍ଟ ଅନୁଯାୟୀ ସୀସା ଭଳି ଭାରି ତତ୍ତ୍ବର ଉପସ୍ଥିତି ଏବଂ ପାଣିରେ ରହିଥିବା ଅନ୍ୟ ବିଷାକ୍ତ ଉତ୍ସ ଯୋଗୁଁ ଏହି ରୋଗ ବ୍ୟାପିଛି। କୃଷ୍ଣା ଏବଂ ଗୋଦାବରୀ ନଦୀରୁ ଆସୁଥିବା ମାଛରେ ମଧ୍ୟ ଏଭଳି ପଦାର୍ଥ ଏବଂ କିଟନାଶକର ଉପସ୍ଥିତି ଦେଖିବାକୁ ମିଳିଛି। ସଂକ୍ରମିତ ଲୋକଙ୍କ ମଧ୍ୟରୁ ଏ ପର୍ଯ୍ୟନ୍ତ ୩ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୬ ଶହ ୮ ଜଣ ଚିକିତ୍ସାଧୀନ ଅଛନ୍ତି।
Follow Us