କେରଳରେ ଶୁଭୁଛି ରହସ୍ୟମୟ ଭୂତଳ ଶବ୍ଦ, ଘଟଣାସ୍ଥଳ ଯାଞ୍ଚ କରିବେ ବିଶେଷଜ୍ଞ

Advertisment
କେରଳରେ ଶୁଭୁଛି ରହସ୍ୟମୟ ଭୂତଳ ଶବ୍ଦ, ଘଟଣାସ୍ଥଳ ଯାଞ୍ଚ କରିବେ ବିଶେଷଜ୍ଞ

କୋଚି: କେରଳର କୋଟ୍ଟାୟମ ଜିଲ୍ଲାର ଏକ ଛୋଟିଆ ପଡ଼ାରେ ରହୁଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏକ ରହସ୍ୟମୟ ଭୂତଳ ଶବ୍ଦ ଚିନ୍ତା ସୃଷ୍ଟି କରିବା ସହ ଭୟ ଓ ଆତଙ୍କର କାରଣ ପାଲଟିଛି।

ଚେନାପ୍ପାଡି ଗ୍ରାମର ଲୋକମାନେ କହିଛନ୍ତି ଯେ ଶୁକ୍ରବାର ଭୋର ସମୟରେ ଦୁଇ ଥର ଏହି ଶବ୍ଦ ଶୁଣିବାକୁ ମିଳିଥିଲା। ଚଳିତ ସପ୍ତାହ ପ୍ରାରମ୍ଭରେ ମଧ୍ୟ ଏହି ଅଞ୍ଚଳ ଏବଂ ଏହାର ଆଖପାଖ କିଛି ସ୍ଥାନରେ ସମାନ ଶବ୍ଦ ଅଞ୍ଚଳବାସୀ ଶୁଣିବାକୁ ପାଇଥିଲେ।

ତେବେ, ଆଖପାଖ ପରିବେଶରେ କୌଣସି ଆଖିଦୃଶିଆ ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ ଏବଂ ଏପରିସ୍ଥିତିରେ କେବଳ ବୈଜ୍ଞାନିକ ଅଧ୍ୟୟନରୁ ହିଁ ଭୂତଳ ଶବ୍ଦର ପ୍ରକୃତ କାରଣ ଜାଣାପଡ଼ିବ ବୋଲି ଗ୍ରାମବାସୀମାନେ କହିଛନ୍ତି। ଅନ୍ୟ ପକ୍ଷରେ କେରଳ ଖଣି ଓ ଭୂବିଜ୍ଞାନ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ସେମାନଙ୍କର ଏକ ବିଶେଷଜ୍ଞ ଦଳ ଖୁବ୍‌ ଶୀଘ୍ର ଏହି ଅଞ୍ଚଳର ଯାଞ୍ଚ କରିବେ।

ବିଭାଗୀୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଚଳିତ ସପ୍ତାହ ପ୍ରାରମ୍ଭରେ ଯେତେବେଳେ ଏହି ଶବ୍ଦ ପ୍ରଥମେ ଶୁଣିବାକୁ ମିଳିଥିଲା, ସେତେବେଳେ ସେମାନେ ଉକ୍ତ ସ୍ଥାନକୁ ଯାଞ୍ଚ କରିସାରିଥିଲେ। ଆଜି ପୁଣି ଥରେ ଏଭଳି ବିଶାଳ ଶବ୍ଦ ଶୁଣିବାକୁ ମିଳିଥିବା ଖବର ଆଧାରରେ ଆମର ବିଶେଷଜ୍ଞମାନେ ଖୁବ୍‌ ଶୀଘ୍ର ସେହି ସ୍ଥାନର ଯାଞ୍ଚ କରିବେ ବୋଲି ସୂତ୍ରରୁ ପ୍ରକାଶ।

ତେବେ ସେଣ୍ଟର ଫର ଆର୍ଥ ସାଇନ୍‌ସ (ସିଇଏସ୍‌) ଦ୍ୱାରା କରାଯାଇଥିବା ବିସ୍ତୃତ ବୈଜ୍ଞାନିକ ଅଧ୍ୟୟନ ହିଁ ବାରମ୍ବାର ଭୂକମ୍ପ ଶବ୍ଦର ପ୍ରକୃତ କାରଣ ଜାଣିପାରିବ ବୋଲି ସେ କହିଛନ୍ତି। ତେବେ, ଏଭଳି ଘଟଣାର ବିଶ୍ଳେଷଣ କରିବାରେ ଆମର ନିଜସ୍ୱ ସୀମା ରହିଛି। ତେଣୁ ଏହି ଅଞ୍ଚଳରେ ପରୀକ୍ଷା କରି ଅଧ୍ୟୟନ କରିବାକୁ ଆମେ ସିଇଏସ୍‌ଙ୍କୁ ଅନୁରୋଧ କରିସାରିଛୁ। ଭୂତତ୍ତ୍ୱ ବିଭାଗର ବିଶେଷଜ୍ଞମାନେ ପୁଣି ଥରେ ଉକ୍ତ ଅଞ୍ଚଳକୁ ଯାଞ୍ଚ କରି ଏ ସଂକ୍ରାନ୍ତରେ ସବିଶେଷ ବିଶ୍ଳେଷଣ କରିବାକୁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe