ନୂଆଦିଲ୍ଲୀ: ତାପମାତ୍ରାରେ ଅଚାନକ ପରିବର୍ତ୍ତନ ନିମନ୍ତେ ରାଜସ୍ଥାନର ଚୁରୁ ଜିଲ୍ଲା ବେଶ୍ କିଛି ବର୍ଷ ହେବ ସମସ୍ତଙ୍କୁ ଚକିତ କରିଛି। ଭାରତର କେତେକ ସବୁଠୁ ଉତ୍ତପ୍ତ ଅଞ୍ଚଳ ମଧ୍ୟରୁ ଥର୍ ମରୁଭୂମି ନିକଟରେ ଅବସ୍ଥିତ ହୋଇଥିଲେ ବି ୨୦୨୧ ଡିସେମ୍ବର ୧୮ ତାରିଖ ଶନିବାର ଦିନ ଚୁରୁରେ ୧.୧ ଡିଗ୍ରି ସେଲିସିୟସ୍ ତାପମାତ୍ରା ରେକର୍ଡ କରାଯାଇଛି।
ଗତବର୍ଷ ଉକ୍ତ ଅଞ୍ଚଳରେ ବିଯୁକ୍ତ ୧.୫ ଡିଗ୍ରି ସେଲିସିୟସ୍ ତାପମାତ୍ରା ରେକର୍ଡ କରାଯାଇଥିଲା, ଯାହା କି, ବିଗତ ୪୬ ବର୍ଷର ଡିସେମ୍ବର ତାପମାତ୍ରା ଠାରୁ ସର୍ବନିମ୍ନ। ପୂର୍ବରୁ ୧୯୭୩ ମସିହା ଡିସେମ୍ବର ୨୮ ତାରିଖରେ ଚୁରୁର ତାପମାତ୍ରା ବିଯୁକ୍ତ ୪.୬ ଡିଗ୍ରିକୁ ଖସି ଯାଇଥିଲା। ୨୦୧୧ରେ ମଧ୍ୟ ଚୁରୁ ସହରରେ ବିଯୁକ୍ତ୧.୪ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିଲା। ଡିସେମ୍ବର ଏବଂ ଜାନୁଆରି ମାସରେ ସେ ଅଞ୍ଚଳରେ ତୁଷାର ପଡ଼ିଥିବା ଦେଖାଯାଇଥିଲା।
Image Courtesy of India Todayସେହିଭଳି, ଉକ୍ତ ଅଞ୍ଚଳ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରିବାରେ ମଧ୍ୟ ଅଗ୍ରଣୀ। ୨୦୧୯ ଜୁନ୍ ୧ ଏବଂ ୨ ତାରିଖରେ ଚୁରୁର ତାପମାତ୍ରା ୫୦.୮ ଡିଗ୍ରି ସେଲିସିୟସ୍ ସ୍ପର୍ଶ କରିଥିଲା।
ଉଷ୍ମ ପାଗ ପାଇଁ ରାଜସ୍ଥାନ ଜଣାଶୁଣା ହୋଇଥିଲେ ବି, କେଉଁ କାରଣ ଯୋଗୁଁ ତାପମାତ୍ରାରେ ଆକସ୍ମିକ ପରିବର୍ତ୍ତନ ହେଉଛି ତାହା ବିସ୍ମୟକର ନିଶ୍ଚୟ।
ଏ ସଂକ୍ରାନ୍ତରେ ମାଧବ ଶର୍ମାଙ୍କ ପରି ପ୍ରଫେସର୍ ଇସ୍ରାନ୍ ମଧ୍ୟ କହନ୍ତି, ଏଥିପାଇଁ ପରିବେଶୀୟ ପ୍ରଦୂଷଣ ଦାୟୀ। ପ୍ରଦୂଷଣ ଉତ୍ତାପକୁ ଶୋଷଣ କରି ଧରି ରଖୁଥିବାରୁ ପାଗ ପରିବର୍ତ୍ତନ ହେଉଛି।
ତରଙ୍ଗର ତହସିଲ୍ ଅନ୍ତର୍ଗତ ଭାଲେରୀ ଗ୍ରାମର ଅଧିବାସୀ କୃଷକ ତଥା ପୂର୍ବତନ ସ୍କୁଲ୍ ଅଧ୍ୟକ୍ଷ ରାମସ୍ବରୂପ ସହରଣ କହନ୍ତି, ଅଧିକ ଗରମ ହେବାର କାରଣ ହେଉଛି, ବୈଶ୍ବିକ ତାପମାନ ଏବଂ କଙ୍କ୍ରିଟିକରଣ। ଅରଣ୍ୟ ହ୍ରାସ ପାଇଛି; ଯାନବାହନ ବୃଦ୍ଧି ପାଇଛି।
ସେହିପରି, ଜୟପୁରର ଜଣେ ବରିଷ୍ଠ ସାମ୍ବାଦିକ କହନ୍ତି, ଶିଳ୍ପ ବୃଦ୍ଧି ପାଉଛି, ଏୟାର୍କଣ୍ଡିସନର୍ ବ୍ୟବହାର ବଢୁଛି, କାର୍ସଂଖ୍ୟା ବଢୁଛି। ପରିବେଶ ପ୍ରଦୂଷିତ ହୋଇଯାଇଛି। ଏ ସବୁ ପାଇଁ ବୈଶ୍ବିକ ତାପମାନ ବୃଦ୍ଧି ପାଉଛି।
କେତେକ ଆଲେଖ୍ୟରେ ‘ଥର୍ ମରୁର ପ୍ରବେଶ ପଥ’ କୁହାଯାଇଥିବା ଚୁରୁ ହେଉଛି ବୈଶ୍ବିକ ଜଳବାୟୁ ପରିବର୍ତ୍ତନ ଶୃଙ୍ଖଳର ମାତ୍ର ଗୋଟିଏ କଡ଼ି।
Image Courtesy: Reddit୧୯୭୦ରେ ବିଶ୍ବବ୍ୟାପୀ ‘ଗ୍ରିନ୍ହାଉସ୍ ଗ୍ୟାସ୍ ଏମିସନ୍ସ୍’ର ବୃଦ୍ଧି କଥା ‘ରାଜସ୍ଥାନ ଷ୍ଟେଟ୍ ଆକ୍ସନ୍ ପ୍ଲାନ୍’ ଆଲୋଚନା କରିଛି। ରାଜସ୍ଥାନ ବ୍ୟତୀତ, ‘ଗ୍ରିନ୍ହାଉସ୍ ଗ୍ୟାସ୍ ଏମିସନ୍ସ୍’ଜନିତ ପରିବର୍ତ୍ତନ ପାଇଁ ବହୁଭାବରେ ଦାୟୀ ଦେଶବ୍ୟାପୀ କାରଣଗୁଡ଼ିକ ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଶକ୍ତି କ୍ଷେତ୍ରରେ ବହୁ କାର୍ଯ୍ୟକଳାପ ବୃଦ୍ଧି, ଜୀବାଶ୍ମ ଇନ୍ଧନ ବର୍ଦ୍ଧିତ ବ୍ୟବହାର, କୃଷି କ୍ଷେତ୍ରର ନିର୍ଗମନ, ଶିଳ୍ପ ପ୍ରକ୍ରିୟା ବୃଦ୍ଧି, ଭୂମିର ବ୍ୟବହାର ଏବଂ ଭୂମି ବ୍ୟବହାରର ପରିବର୍ତ୍ତନ ଏବଂ ବନିକରଣ ଭଳି ଅନେକ କାରଣରୁ ତାପମାତ୍ରାରେ ଅଚାନକ ହ୍ରାସ-ବୃଦ୍ଧି ଘଟୁଛି।
ଚୁରୁ ଗ୍ରାମବାସୀମାନେ ‘ଗ୍ରିନ୍ହାଉସ୍ ଗ୍ୟାସ୍ ଏମିସନ୍ସ୍’ କଥା କହି ନ ପାରନ୍ତି କିନ୍ତୁ, ସେମାନେ ଏହାର କୁପ୍ରଭାବରେ ଜୀବନଯାପନ କରୁଛନ୍ତି। ହରଦୟାଲଜୀ ନାମରେ ଜଣେ ଗ୍ରାମବାସୀ କହନ୍ତି, ଆଗରୁ ଆମେ ପଙ୍ଖା ଏବଂ କୁଲର୍ ବିନା ଚଳି ଗରମ ବରଦାସ୍ତ କରିପାରୁଥିଲୁ। କିନ୍ତୁ, ଆଜି ଆମେ ସେ ସବୁ ବିନା ଚଳି ପାରୁନାହୁଁ।
Follow Us