କୋଭିଡ୍‌ଭୂତାଣୁ ନୂତନ ପ୍ରଜାତି ସୃଷ୍ଟି ରହସ୍ୟ ଉଦ୍‌ଘାଟିତ

Advertisment
ଆଗକୁ ଶିଶୁଙ୍କ ପ୍ରତି ବିପଦ ବଢ଼ିପାରେ

Medical Xpress

ହାଇଦ୍ରାବାଦ : ସେଣ୍ଟର ଫର୍ ସେଲ୍ୟୁଲାର୍ ଆଣ୍ଡ୍ ମଲିକ୍ୟୁଲାର ବାୟୋଲୋଜି (ସିସିଏମ୍‌ବି) ସମେତ ବିଭିନ୍ନ ଗବେଷଣା ପ୍ରତିଷ୍ଠାନର ବୈଜ୍ଞାନିକମାନେ ନୋଭେଲ କରୋନା ଭାଇରସ୍‌ର ନୂତନ ପ୍ରଜାତିଗୁଡ଼ିକର ଆବିର୍ଭାବ ପଛରେ ଥିବା ରହସ୍ୟକୁ ଆବିଷ୍କାର କରିଛନ୍ତି ବୋଲି ଦାବି କରିଛନ୍ତି। ପ୍ରି-ପ୍ରିଣ୍ଟ ସର୍ଭର ମେଡ୍ରକ୍ସିଭ (MedRxiv)ରେ ଜୁଲାଇ ୨୭ରେ ପ୍ରକାଶିତ ଏକ ଅନୁସନ୍ଧାନ ରିପୋର୍ଟରେ ବୈଜ୍ଞାନିକମାନେ କହିଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କ ଶରୀରରେ ଏହି ଭୂତାଣୁ ନିଜର ରୂପ ପରିବର୍ତ୍ତନ କରିଥାଏ ଏବଂ ତା’ପରେ ଏହା ନୂତନ ଲୋକଙ୍କୁ ନୂଆ ରୂପରେ ସଂକ୍ରମିତ କରେ। ଏହାଦ୍ୱାରା ନୂତନ ଭାରିଆଣ୍ଟର ଆବିର୍ଭାବ ହୁଏ। ଗବେଷକ ଦଳ ଜାଣିବାକୁ ପାଇଲେ ଯେ ବ୍ୟକ୍ତି ଶରୀରରେ ଥିବା ପ୍ରାୟ ୮୦ ପ୍ରତିଶତ ଜେନୋମ୍‌ ପରେ ନୂତନ ପ୍ରକାର ବା ଷ୍ଟ୍ରେନ୍ ଭାବରେ ଉଭା ହୋଇଥିଲେ। ସିସିଏମ୍‌ବି ସହିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଆଣ୍ଡ୍ ଇଣ୍ଟରାକ୍ଟିଭ୍ ବାୟୋଲୋଜି (ସିଏସ୍‌ଆଇଆର୍‌-ଆଇଜିଆଇବି), ଦିଲ୍ଲୀ, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍, ଭୁବନେଶ୍ବର, ଏକାଡେମି ଫର୍ ସାଇଣ୍ଟିଫିକ୍ ଆଣ୍ଡ୍ ଇନ୍ନୋଭେଟିଭ୍ ରିସର୍ଚ୍ଚ, ଗାଜିଆବାଦ, ନ୍ୟାଶ୍‌ନାଲ ସେଣ୍ଟର୍ ଫର୍ ଡିଜିଜ୍ କଣ୍ଟ୍ରୋଲ୍, ନୂଆଦିଲ୍ଲୀ ଏବଂ ଆଇଆଇଟି ଜୋଧପୁରର ଗବେଷକମାନେ ଏହି ଅନୁଧ୍ୟାନରେ ଅଂଶ ଗ୍ରହଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe