ଏନ୍‌-୯୫ ମାସ୍କ ଅତିମାତ୍ରାରେ ବିପଦପୂର୍ଣ୍ଣ

Advertisment
ଦ୍ୱିତୀୟ ଲହରରେ ସଂକ୍ରମଣ ରୋକିବ ଡବଲ ମାସ୍କ ! ବିଶେଷଜ୍ଞ ଦେଲେ ପରାମର୍ଶ

Flipkart

ନୂଆଦିଲ୍ଲୀ : ଏନ୍‌-୯୫ ମାସ୍କ ଭୟଙ୍କର ଭାବେ ବିପଦପୂର୍ଣ୍ଣ। ଏଣୁ ସାଧାରଣ ଲୋକେ ଏହାକୁ ବ୍ୟବହାର ନ କରିବାକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଏନ୍‌-୯୫ ମାସ୍କ ବ୍ୟବହାରକାରୀଙ୍କ ହିତ ସାଧନ କରୁଥିବାବେଳେ ତାଙ୍କ ଚତୁପାର୍ଶ୍ବରେ ଥିବା ଅନ୍ୟ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। ଏହି ମାସ୍କରେ ଥିବା ଶ୍ବାସକ୍ରିୟାଜନିତ ଝିଲ୍ଲୀ ବ୍ୟବହାରକାରୀଙ୍କୁ ସୁରକ୍ଷା ପ୍ରଦାନ କରିଥାଏ ସତ, ମାତ୍ର ତାଙ୍କ ଚାରିକଡ଼େ ଥିବା ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଥାଏ। କୋଭିଡ-୧୯ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେବଳ ସ୍ବାସ୍ଥ୍ୟ କର୍ମୀ ଏବଂ ଡାକ୍ତରମାନଙ୍କୁ ଏହି ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏଥିରେ ଥିବା ଝିଲ୍ଲୀ ଯୋଗୁଁ ଅନ୍ୟମାନଙ୍କୁ ଭୂତାଣୁ ସଂକ୍ରମଣର ସମ୍ଭାବନା ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଏନ୍‌-୯୫ ମାସ୍କକୁ ସାଧାରଣ ଲୋକେ ବ୍ୟବହାର ନ କରିବାକୁ ଭାରତ ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛନ୍ତି। କେବଳ କୋଭିଡ-୧୯ ସହ ଲଢ଼େଇ କରୁଥିବା ସମ୍ମୁଖ ଯୋଦ୍ଧା ଯଥା ସ୍ବାସ୍ଥ୍ୟକର୍ମୀମାନେ ଏହି ମାସ୍କକୁ ବ୍ୟବହାର କରିପାରିବେ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଅପରପକ୍ଷେ, ସ୍ବାସ୍ଥ୍ୟକର୍ମୀମାନେ ମଧ୍ୟ ଏନ୍‌-୯୫ ମାସ୍କକୁ ବ୍ୟବହାର କରିବା ଉଚିତ ନୁହେଁ ବୋଲି ପିଏସ୍‌ଆର୍‌ଆଇ ହସ୍ପିଟାଲର ଅଧ୍ୟକ୍ଷ ଜି.ସି. ଖିଲ୍‌ନାନି କହିଛନ୍ତି। ତେବେ ବିନା ଝିଲ୍ଲୀ ଥିବା ମାସ୍କ ବ୍ୟବହାର କରିବାକୁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପରାମର୍ଶ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe