ନିଷ୍ପତ୍ତି ବଦଳାଇଲେ ନବୀନ: ସାଂସଦଙ୍କ କମିଟି ସଭ୍ୟପଦରେ ପରିବର୍ତ୍ତନ ହେବନି

Advertisment
ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କଲେ ‘ସ୍ୱତନ୍ତ୍ର ଉନ୍ନୟନ ପରିଷଦ’

ନୂଆଦିଲ୍ଲୀ: ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୩ ତାରିଖରେ ନିଜେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ସାଂସଦଙ୍କ ଲୋକସଭା ଓ ରାଜ୍ୟସଭା କମିଟି ସଭ୍ୟପଦରେ  ପରିବର୍ତ୍ତନ ହେବ ନାହିଁ ବୋଲି କହିଛନ୍ତି। ଆଜି ସଂସଦଭବନ ପରିସରରେ ଥିବା ବିଜେଡି କାର୍ଯ୍ୟାଳୟରେ ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଏହି ସୂଚନା ଦେଇଛନ୍ତି। ସାଂସଦ ମହତାବଙ୍କ କହିବା ମୁତାବକ, ପ୍ରତି ବର୍ଷ ମଖ୍ୟମନ୍ତ୍ରୀ ସାଂସଦମାନଙ୍କର ଷ୍ଟାଣ୍ଡିଂ କମିଟି, କନସଲଟେଟିଭ କମିଟିରେ ପ୍ରଦର୍ଶନର ସମୀକ୍ଷା କରିଥାନ୍ତି। ସେହି ଦୃଷ୍ଟିରୁ ସମସ୍ତ ସାଂସଦଙ୍କୁ ନିଜ ନିଜ କମିଟିରୁ ଇସ୍ତଫା ଦେବାକୁ କୁହାଯାଇଥିଲା।

କିନ୍ତୁ ଲୋକସଭା ନିର୍ବାଚନକୁ ଆଉ ୮-୧୦ ମାସ ଥିବାରୁ ସାଂସଦମାନେ ନିଜ ନିଜ କମିଟିରେ ପୂର୍ବବତ୍‌ ରହିବା ଠିକ୍‌ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଜି କହିଥିବା ସାଂସଦ ମହତାବ କହିଛନ୍ତି। ଅପରପକ୍ଷରେ କେଉଁ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ତାଙ୍କ ନିଷ୍ପତ୍ତିରେ ପରିବର୍ତ୍ତନ କଲେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୂର୍ବରୁ ନିଲମ୍ବିତ ବିଜେଡି ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ
ସଂସଦୀୟ କମିଟିରୁ ଦୂରେଇ ରଖିବାକୁ ସମସ୍ତ ସାଂସଦଙ୍କୁ କମିଟିରୁ ଇସ୍ତଫା ଦେବାକୁ କୁହାଯାଇଥିଲା ବୋଲି ସାଧାରଣରେ ଆଲୋଚନା ହେଉଥିଲା। କିନ୍ତୁ ସମସ୍ତ ସାଂସଦ କମିଟିରୁ ଇସ୍ତଫା ଦେଇଥିଲା ବେଳେ ବୈଜୟନ୍ତ ପଣ୍ଡା ଇସ୍ତଫା ଦେଇନଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟରେ ରଣନୀତି ଚୂଡ଼ାନ୍ତ କରିବା ସହିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ପଦରୁ ସମସ୍ତ ସାଂସଦ ଇସ୍ତଫା ଦେବାକୁ ଗତ ଶନିବାର ଦିନ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବିଜେଡ଼ି ସାଂସଦୀୟ ଦଳ ବୈଠକରେ କୁହାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe