Photo Credit: IANS
ନୂଆଦିଲ୍ଲୀ: ବିଜେପି କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରସଙ୍ଗରେ ଚ୍ୟାଲେଂଜ କରିଛନ୍ତି। ନଡ୍ଡା ଆଜି ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଛନ୍ତି ଯେ, ୱାୟନାଡ଼ ସାଂସଦଙ୍କ ସିଏଏ ସଂକ୍ରାନ୍ତରେ କିଛି ଜ୍ଞାନ ନାହିଁ। କିଛି ନବୁଝି ନଜାଣି ସେ ଲୋକଙ୍କୁ ବିଭ୍ରାedfକରୁଛନ୍ତି। ରାହୁଲ ସିଏଏ ଉପରେ ୧୦ ଧାଡ଼ି କୁହନ୍ତୁ ବୋଲି ନଡ୍ଡା ତାଙ୍କୁ ଚ୍ୟାଲେଂଜ କରିଛନ୍ତି।
Follow Us