ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ଏହି କାରଣରୁ ଅର୍ଶଦଙ୍କୁ ମଇଁଷି ଉପହାରରେ ଦେବେ ଶ୍ବଶୁର

Advertisment
ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ଏହି କାରଣରୁ ଅର୍ଶଦଙ୍କୁ ମଇଁଷି ଉପହାରରେ ଦେବେ ଶ୍ବଶୁର

ନୂଆଦିଲ୍ଲୀ: ଅଲିମ୍ପିକ୍ସରେ ପାକିସ୍ତାନର ଜାଭେଲିନ ଥ୍ରୋୟର ଅର୍ଶଦ ନଦୀମ ସ୍ୱର୍ଣ୍ଣ ଜିତିବା ପରେ ତାଙ୍କ ଉପରେ ପୁରସ୍କାର ବର୍ଷା ହେବାରେ ଲାଗିଛି। ସେ ଦୁଇ ଥର ଅଲିମ୍ପିକ୍ସ ରେକର୍ଡ ସହ ପ୍ୟାରିସରେ ପାକିସ୍ତାନ ପାଇଁ ପ୍ରଥମ ଖେଳାଳି ଭାବେ ଦୌଡ଼କୁଦରେ ସ୍ୱର୍ଣ୍ଣ ଜିତିବାର ଗୌରବ ହାସଲ କରିଛନ୍ତି।

ଐତିହାସକ ସ୍ୱର୍ଣ୍ଣ ଜିତିବା ପରେ ଅର୍ଶଦ ନଦୀମଙ୍କ ପାଇଁ ପାକିସ୍ତାନରେ କୋଟି କୋଟି ଟଙ୍କାର ପୁରସ୍କାର ଓ ସମ୍ମାନ ଘୋଷଣା କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୫୦ ମିଲିୟନରୁ ଅଧିକ ପାକିସ୍ତାନ ମୁଦ୍ରା ବା ପ୍ରାୟ ୫ କୋଟି ଟଙ୍କାର ଆର୍ଥିକ ପୁରସ୍କାର ରହିଛି।

ଏହି କ୍ରମରେ ଅର୍ଶଦ ନଦୀମଙ୍କ ଶ୍ବଶୁର ମହମ୍ମଦ ନୱାଜ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ‘ଆମ ଗ୍ରାମରେ ମଇଁଷି ଉପହାର ଦେବାକୁ ବହୁତ ମୂଲ୍ୟବ‌ାନ ଓ ସମ୍ମାନଜନକ ବୋଲି ବିବେଚନା କରାଯାଏ। ନଦୀମ ତାଙ୍କ ପରିବାରକୁ ଖୁବ ଭଲ ପାଆନ୍ତି। ପରିବାରରେ ଥିବା ସମସ୍ତ ସଦସ୍ୟଙ୍କ କଥା ବୁଝନ୍ତି। ତେଣୁ ସେ ଏକାଠି ତାଙ୍କ ବାପା ଓ ମା’ଙ୍କ ସହିତ ଗାଁରେ ରହୁଛନ୍ତି।

ମ‌ୋର ୪ପୁଅ ଓ ୩ଜଣ ଝିଅ। ସାନ ଝିଅକୁ ମୁଁ ନଦୀମଙ୍କ ସହ ବିବାହ ଦେଇଛି। ବିବ‌ାହ ସମୟରେ ନଦୀମ ଏକ ଛୋଟ ଚାକିରି କରୁଥିଲେ କିନ୍ତୁ ସେ ତାଙ୍କ ଖେଳକୁ ପାଗଳ ଭଳି ଭଲ ପାଉଥିଲେ। ଯେତେବେଳେ ବି ତାଙ୍କୁ ସମୟ ମିଳି ‌କି ଖୋଲାସ୍ଥାନ ପାଇଲେ ସେ ଜାଭେଲିନ ଫିଙ୍ଗବା ଓ ଅଭ୍ୟାସ କରିବା ଆରମ୍ଭ କରି ଦେଇଥାଆନ୍ତି। ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe