ହେଜବୁଲ୍ଲାକୁ ମିଳିଲା ନୂଆ ନେତା

ହସନ ନସରଲ୍ଲାର ମୃତ୍ୟୁ ପରେ ହେଜବୁଲ୍ଲା ମଙ୍ଗଳବାର ଦିନ ଘୋଷଣା କରିଛି ଯେ ସେ ନାଇମ୍ କାସେମକୁ ଏହାର ନୂତନ ନେତା ଭାବରେ ବାଛିଛି। ଇସ୍ରାଏଲ ଆକ୍ରମଣରେ ନସରଲ୍ଲାହ ନିହତ ହେବା ପରଠାରୁ ନଇମ୍ କାସିମ୍ ସଂଗଠନର କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା।

ଅଦ୍ୟତନ ହୋଇଛି
hezbollah

ନୂଆଦିଲ୍ଲୀ: ଇରାନ ସମର୍ଥିତ ହେଜବୁଲ୍ଲା ସଂଗଠନ ଏହାର ନୂଆ ମୁଖ୍ୟ ଭାବେ ଉପ ମହାସଚିବ ଶେଖ ନାଇମ କାସେମଙ୍କୁ ମନୋନୀତ କରିଛି। ହସନ ନସରଲ୍ଲାଙ୍କ ମୃତ୍ୟୁ ପରେ ହେଜବୁଲ୍ଲା ମଙ୍ଗଳବାର ଦିନ ଘୋଷଣା କରିଛି ଯେ ସେ ନାଇମ୍ କାସେମକୁ ଏହାର ନୂତନ ନେତା ଭାବରେ ବାଛିଛି। ଇସ୍ରାଏଲ ଆକ୍ରମଣରେ ନସରଲ୍ଲାହ ନିହତ ହେବା ପରଠାରୁ ନଇମ୍ କାସିମ୍ ସଂଗଠନର କାର୍ଯ୍ୟକାରୀ ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲା। ସେପ୍ଟେମ୍ବର ୨୭ରେ ବେରୁତରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହାସନ ନସରଲ୍ଲାହ ନିହତ ହୋଇଥିଲା।

ହେଜବୁଲ୍ଲା ଏକ ବିବୃତିରେ କହିଛି ଯେ ଏହାର ସୁରା କାଉନସିଲ ଏହା ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ କରି ନଇମ କାସିମଙ୍କୁ ନୂତନ ମୁଖ୍ୟ ( ମହାସଚିବ) ଭାବରେ ଚୟନ କରିଛି। ନସରଲ୍ଲା ଭଳି କାସିମ ମଧ୍ୟ ହେଜବୁଲ୍ଲାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । 

ହେଜବୁଲ୍ଲା ଏକ ବିବୃତିରେ କହିଛି ଯେ ଏହାର ସୁରା କାଉନସିଲ ଏହା ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ କରି ନଇମ କାସିମଙ୍କୁ ନୂତନ ମୁଖ୍ୟ ( ମହାସଚିବ) ଭାବରେ ଚୟନ କରିଛି। ନସରଲ୍ଲା ଭଳି କାସିମ ମଧ୍ୟ ହେଜବୁଲ୍ଲାର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ । 

ସେ ଏପରି ସମୟରେ ଏହାର ନେତୃତ୍ବ ନେଉଛନ୍ତି ଯେତେବେଳେକି ଇସ୍ରାଏଲ ସେନା ଆକ୍ରମଣ କରି ଏହାକୁ ଦୋହଲାଇ ଦେଇଛି। ଆମେରିକା ସମେତ ପାଶ୍ଚାତ୍ୟ ଦେଶର ଅନେକ ଦେଶ ହେଜବୁଲ୍ଲାକୁ ଆତଙ୍କବାଦୀ ସଂଗଠନ ଭାବେ ବିବେଚନା କରୁଛନ୍ତି। ନସରୁଲ୍ଲା ଭଳି କାସିମକୁ ବି ଆମେରିକା ସମେତ ଅନେକ ପାଶ୍ୟାତ୍ୟ ଦେଶ ଆତଙ୍କବାଦୀ ଘୋଷଣା କରିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe