(Credit- Temjen Imna Along/Facebook)
ନୂଆଦିଲ୍ଳୀ: ନାଗାଲାଣ୍ଡ୍ର ଜଣେ ମନ୍ତ୍ରୀ ପତ୍ନୀଙ୍କୁ ନେଇ ଏକ ଟ୍ବିଟ୍ କରିଛନ୍ତି, ଯାହାକି ସୋସିଆଲ୍ ମିଡିଆରେ ଖୁବ୍ ଜୋର୍ରେ ଭାଇରାଲ୍ ହେବାରେ ଲାଗିଛି। ତାଙ୍କର ଏହି ପୋଷ୍ଟ୍ରେ ସୋସିଆଲ୍ ମିଡିଆ ବ୍ୟବହାରକାରୀ ମଜାଦାର୍ କମେଣ୍ଟ୍ ସବୁ ବି ଦେଇଛନ୍ତି। ମାଟ୍ରିମୋନିଆଲ୍ ଆପ୍ ‘ସାଦି ଡଟ କମ୍’ର ମାଲିକ ବି ମନ୍ତ୍ରୀଙ୍କର ଏହି ପୋଷ୍ଟ୍ରେ କମେଣ୍ଟ୍ ଦେଇଛନ୍ତି।
ନାଗାଲାଣ୍ଡ୍ର ଉଚ୍ଚ ଶିକ୍ଷା ଓ ଆଦିବାସୀ ମନ୍ତ୍ରୀ ତେମ୍ଜନ୍ ଇମା ଏଳଙ୍ଗ୍ ଗୁଗୁଲ୍ରେ ତାଙ୍କ ନାମ ସର୍ଚ କଲେ। ଆପଣ ଦେଖିଥିବେ ନିଶ୍ଚୟ ଯେ ଗୁଗୁଲ୍ରେ କିଛି ସର୍ଚ କଲା ବେଳେ ରିଲେଟେଡ୍ କଣ୍ଟେଣ୍ଟ୍ ସବୁ ଦେଖାଇ ଥାଏ। ସେହିପରି ତେମ୍ଜନ୍ ନିଜର ନାମ ସର୍ଚ କରିବା ପରେ ତେମ୍ଜନ୍ ଇମା ଏଲଙ୍ଗ୍ ଟ୍ବିଟର୍, ତେମ୍ଜନ୍ ଇମା ଏଲଙ୍ଗ୍ ଏଜ୍, ତେମ୍ଜନ୍ ଇମା ଏଲଙ୍ଗ୍ ୱାଇଫ୍ ଓ ତେମ୍ଜନ୍ ଇମା ଏଲଙ୍ଗ୍ ବାୟୋଗ୍ରାଫି ଆଦି ଦୃଶ୍ୟମାନ ହୋଇଥିଲା।
ଏଥିମଧ୍ୟରୁ ତେମ୍ଜନ୍ ଇମା ଏଲଙ୍ଗ୍ ୱାଇଫ୍କୁ ମାର୍କ କରି ଗୁଗୁଲ୍ କଣ୍ଟେଣ୍ଟ୍ ସର୍ଚର ଏକ ସ୍କ୍ରନ୍ସଟ୍ ପୋଷ୍ଟ୍ କରିଛନ୍ତି ମନ୍ତ୍ରୀ ଜଣକ। ସେଥିରେ ସେ ଲେଖିଛନ୍ତି, ‘ମୁଁ ଖୁବ୍ ଉତ୍ସୁକ। ମୁଁ ନିଜେ ହିଁ ପତ୍ନୀ ଖୋଜୁଛି।’
ତେମ୍ଜନ୍ ଇମା ଏଲଙ୍ଗ୍ଙ୍କର ଏହି ପୋଷ୍ଟ୍ ଭାଇରାଲ୍ ହେବା ପରେ ୩୨ ହଜାରରୁ ଅଧିକ ଲୋକ ଏହାକୁ ଲାଇକ୍ କରି ସାରିଲେଣି। ତାଙ୍କର ଏହି ପୋଷ୍ଟ୍ରେ ମାଟ୍ରିମୋନିଆଲ୍ ଆପ୍ ‘ସାଦି ଡଟ୍ କମ୍’ର ମାଲିକ ଅନୁପମ୍ ମିତଲ୍ କମେଣ୍ଟ୍ ଦେଇଛନ୍ତି କି ‘କିଛି କରିବାକୁ ପଡ଼ିବ’। ଯାହାର ଉତ୍ତରରେ ତେମ୍ଜନ୍ ଇମା ଏଲଙ୍ଗ୍ଙ୍କ ଲେଖିଛନ୍ତି, ‘ଏବେ ମୁଁ ବିନ୍ଦାସ୍ ଅଛି, ସଲମାନ ଭାଇଙ୍କ ବିବାହକୁ ଅପେକ୍ଷା କରିଛି।’
Follow Us