ଦିଲ୍ଲୀ ହଉସଖାସ ଜଗନ୍ନାଥ ମନ୍ଦିରରେ ନାଗାର୍ଜୁନ ବେଶ

Advertisment
ଦିଲ୍ଲୀ ହଉସଖାସ ଜଗନ୍ନାଥ ମନ୍ଦିରରେ ନାଗାର୍ଜୁନ ବେଶ

ନୂଆଦିଲ୍ଲୀ : ଦିଲ୍ଲୀର ହଉସ୍‌ଖାସ୍ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ସମ୍ପନ୍ନ ହୋଇଛି। ପରମ୍ପରା ଅନୁଯାୟୀ ତିନି ଠାକୁର ଯୋଦ୍ଧା ବେଶରେ ସଜ୍ଜିତ ହୋଇଥିଲେ। କୋଭିଡ୍ କଟକଣା ସତ୍ତ୍ୱେ ଭକ୍ତମାନଙ୍କ କୋଳାହଳରେ ହଉସ୍‌ଖାସ୍ ଜଗନ୍ନାଥ ମନ୍ଦିର କମ୍ପିଉଠିଥିଲା। ମନ୍ଦିର ପରିଚାଳନା କମିଟି ଦ୍ୱାରା ନାଗାର୍ଜୁନ ବେଶରେ ମହାପ୍ରଭୁ ସଜ୍ଜିତ ହୋଇ ରତ୍ନ ସିଂହାସନରେ ବିରାଜମାନ ହେବା ସମୟରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏଇ ଅବସରରେ କେନ୍ଦ୍ର ପେଟ୍ରୋଲିୟମ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସପରିବାର ନାଗାର୍ଜୁନ ବେଶରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe