ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଅନ୍ତରୀଣ ନିର୍ଦ୍ଦେଶକ ଦାୟିତ୍ବରେ ଥିବା ଏମ୍ ନାଗେଶ୍ବର ରାଓଙ୍କୁ ଆଜି ସରକାର ଅତିରିକ୍ତ ନିର୍ଦ୍ଦେଶକ ପଦକୁ ଉନ୍ନୀତ କରିଛନ୍ତି। ୧୯୮୬ ବ୍ୟାଚ୍ ଓଡ଼ିଶା କ୍ୟାଡର୍ ଆଇପିଏସ୍ ଅଧିକାରୀ ରାଓଙ୍କ ପଦୋନ୍ନତିକୁ କ୍ୟାବିନେଟ୍ ନିଯୁକ୍ତି କମିଟି ମଞ୍ଜୁରି ଦେଇଛି। ଅକ୍ଟୋବର ୨୪ରେ ସିବିଆଇରେ ଘଟିଥିବା ରାତିଅଧିଆ ନାଟକ ପରେ ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଥିଲା। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ତୀବ୍ର କନ୍ଦଳ ପରେ ମାମଲା ଏବେ କୋର୍ଟରେ ବିଚାରାଧୀନ ରହିଛି।
ନାଗେଶ୍ବର ରାଓ ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ
Advertisment
Follow Us