ପାଟିରେ ଫୁଟିଲା ଚାଇନା ବ୍ୟାଟେରି; ୯ ବର୍ଷିୟ ବାଳକର ଅବସ୍ଥା ସଙ୍କଟାପନ୍ନ

Advertisment
ପାଟିରେ ଫୁଟିଲା ଚାଇନା ବ୍ୟାଟେରି; ୯ ବର୍ଷିୟ ବାଳକର ଅବସ୍ଥା ସଙ୍କଟାପନ୍ନ

ନାଗପୁର: ପାଟି ଭିତରେ ଚୀନ୍‌ରେ ନିର୍ମିତ ଗୋଟାଏ ବ୍ୟାଟେରି ବିସ୍ଫୋରଣ ହେବାରୁ ଆଜି ମହାରାଷ୍ଟ୍ରର ନାଗପୁରରେ ଜଣେ ୯ ବର୍ଷିୟ ବାଳକ ଗୁରୁତର ଆହତ ହୋଇଛନ୍ତି।

ଅଘଟଣ ପରେ ତୁରନ୍ତ ଉକ୍ତ ବାଳକକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସାଧୀନ ଥିବା ସେ ପିଲାର ଅବସ୍ଥା ସଙ୍କଟଜନକ ବୋଲି କୁହାଯାଉଛି।

ସଂଗୃହୀତ ସୂଚନା ଅନୁସାରେ, ଖଣ୍ଡେ ତାରରେ ଛୋଟିଆ ମୋଟର୍‌ଟିଏ ସଂଯୋଗ କରି ପିଲାଟି ଗୋଟାଏ କାଗଜ ପଙ୍ଖାରେ ଖେଳୁଥିଲା। ଖେଳୁ ଖେଳୁ ସେ ଗୋଟାଏ ଚାଇନା ବ୍ୟାଟେରିକୁ ପାଟିରେ କାମୁଡ଼ି ଧରି ସେଥିରେ ଉକ୍ତ ମୋଟର୍‌ ଓ ପଙ୍ଖାରେ ଲାଗିଥିବା ତାରକୁ ସଂଯୋଗ କଲା। କାଗଜ ପଙ୍ଖା ବି ବୁଲିଲା। କିନ୍ତୁ, ଅଳ୍ପ ସମୟ ପରେ ବ୍ୟାଟେରିଟି ଗରମ ହୋଇଯାଇ ତା’ ପାଟିରେ ଫାଟିଗଲା।

ସୂଚନାଯୋଗ୍ୟ, ପିଲାଟିର ଜେଜେ ରେଳବାଇରେ ଚାକିରି କରନ୍ତି ଓ ବାପା ଜଣେ ଶ୍ରମିକ।

publive-image Image Courtesy of Times Now

ଉଲ୍ଲେଖଯୋଗ୍ୟ, ଚାଇନା ବ୍ୟାଟେରି ଫାଟି ପିଲା ଆହତ ହେବାରେ ଏହା ପ୍ରଥମ ଘଟଣା ନୁହେଁ। ଆଗରୁ କୋଟାରେ ମଧ୍ୟ ଦୁଇଜଣ ପିଲା ଚାଇନା ମୋବାଇଲ୍‌ ଫୋନ୍‌ ବ୍ୟାଟେରି ବ‌ିସ୍ଫୋରଣରେ ଆହତ ହୋଇଥିଲେ। ଘରେ ଥିବା ପଢ଼ା ଟେବୁଲ୍‌ ଉପରେ ରଖାଯାଇଥିବା ସେ ଫୋନ୍‌ଟି ଫାଟିଯିବାରୁ ଜଣେ ୧୬ ବର୍ଷିୟ ବାଳକ ଓ ତା’ର ୧୧ ବର୍ଷୀୟ ଭଉଣୀ ଆହତ ହୋଇଥିଲେ। ଅନ୍‌ଲାଇନ୍‌ ପଢ଼ା ପାଇଁ ଭାଇଭଉଣୀ ସେ ଫୋନ୍‌ଟିକୁ ବ୍ୟବହାର କରୁଥିଲେ ବ‌ୋଲି ସେମାନଙ୍କ ପରିବାର ଲୋକେ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe