ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡ଼ାକିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ

Advertisment
ଶୀତକାଳୀନ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡ଼ାକିଲେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ

image source--indiatoday

ନୂଆଦିଲ୍ଲୀ: ଆଗାମୀ ୧୮ ତାରିଖରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ଏହା ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଆଗାମୀ ୧୭ ତାରିଖରେ ଏକ ସର୍ବଦଳୀୟ ବୈଠକ ଡ଼ାକିଛନ୍ତି। ଏହି ବୈଠକରେ ଶୀତକାଳୀନ ଅଧିବେଶନ କିଭଳି ସଫଳ ହେବ ଏବଂ ଏଥିରେ କେଉଁ ପ୍ରସଙ୍ଗ ଆଲୋଚିତ ହେବ ସେଥିନେଇ ସବୁ ଦଳଙ୍କ ସହ ଆଲୋଚନା କରିବେ ଭେଙ୍କେୟା ନାଇଡୁ ।

ରାଜ୍ୟସଭା ସଚିବାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଆଗାମୀ ୧୮ ତାରିଖରେ ସଂସଦର ୨୫୦ତମ ଅଧିବେଶନ ଆରମ୍ଭ ହୋଇ ଡିସେମ୍ୱର ୧୩ତାରିଖରେ ସମାପିତ ହେବ । ଏହା ଏକ ଐତିହାସିକ ଅଧିବେଶନ ବୋଲି ବି ସେ କହିଛନ୍ତି।

ଏହି ବୈଠକରେ ଦେଶର ୭୦ ତମ ସମ୍ୱିଧାନ ପ୍ରତିଷ୍ଠା ଦିବସ ସଂପର୍କରେ ଆଲୋଚିତ ହେବ ,କାରଣ ଏହି ଅଧିବେଶନ ସମୟରେ ହିଁ ନଭେମ୍ୱର ୨୬ ତାରିଖରେ ଦେଶର ୭୦ ତମ ସମ୍ୱିଧାନ ପ୍ରତିଷ୍ଠା ଦିବସ ପଡ଼ୁଛି। ଏହାଛଡ଼ା ମହାତ୍ମାଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ବାବଦରେ ବି ଏହି ବୈଠକରେ ଆଲୋଚନା ହେବ ବୋଲି ସେ କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe