ନାଇଜେରିଆରେ ଆତ୍ମଘାତୀ ବିସ୍ଫୋରଣ: ୩୫ ମୃତ

Advertisment
ବିସ୍ଫୋରଣ: ୨୦ ମୃତ

ଆବୁଜା: ନାଇଜେରିଆର ବୋର୍ଣ୍ଣୋର ଅଂଚଳରେ ଆଜି ଦୁଇଟି ବିସ୍ଫୋରଣରେ ଅନ୍ୟୁନ ୩୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ଘଟଣାରେ ପ୍ରାୟ ୪୦ ଜଣ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା କରାଯାଇଛି। ଏହି ଘଟଣାରେ ଆତଙ୍କବାଦୀ ସଂଗଠନ ବୋକେ ହାରାମର ହାତ ଥିବା ସନ୍ଦେହ କରାଯାଉଛି। ଗତକାଲି ରାତିରେ ଲୋକେ ଇଦ୍‌ ଉତ୍ସବ ପାଳନ କରି ଫେରୁଥିବା ବେଳେ ସୁଓ୍ଵାରି ଓ ଅବଚାରିରେ ପ୍ରଥମେ ଭିଡ଼ ସ୍ଥାନରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ଏହାର କିଛି ସମୟ ପରେ ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ପୁଣିଥରେ ଆତଙ୍କବାଦୀମାନେ ରକେଟ ଲଞ୍ଚର ଯୋଗେ ବୋମା ମାଡ଼ କରିଥିଲେ। ମେ’ ୧ ତାରିଖରେ ମୁବି ସହରରେ ହୋଇଥିବା ଦୁଇଟି ଆତ୍ମଘାତୀ ବିସ୍ଫୋରଣରେ ୮୧ ଜଣଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe