୩ ବର୍ଷରେ ନକ୍ସଲବାଦର ଅନ୍ତ ଘଟିବ: ରାଜନାଥ

୩ ବର୍ଷରେ ନକ୍ସଲବାଦର ଅନ୍ତ ଘଟିବ: ରାଜନାଥ

ଲ‌େକ୍ଷ୍ନୗ: ଦିନ ଥିଲା ଭାରତର ୧୨୬ ଜିଲ୍ଲାରେ ନକ୍ସଲଙ୍କ ଉପସ୍ଥିତି ଯୋଗୁ ଲୋକମାନେ ଭୟର ବାତାବରଣ ମଧ୍ୟରେ କାଳାତିପାତ କରୁଥିଲେ। ଏହି ଜିଲ୍ଲାଗୁଡ଼ିକରେ ସକ୍ରିୟ ରହି ସେମାନେ ନିୟମିତ ଭାବେ ହିଂସା ଘଟାଉଥିଲେ। ସାଧାରଣ ଜନତାଙ୍କ ବହୁମୂଲ୍ୟ ଜୀବନ ନେଉଥିଲେ। କିନ୍ତୁ ବିଭିନ୍ନ କେନ୍ଦ୍ରୀୟ ବଳର ପରାକ୍ରମ ଆଗରେ ଏହି ନକ୍ସଲବାଦର ହାର୍‌ ହୋଇଛି। ଏବେ ନକ୍ସଲଙ୍କ ସଂଖ୍ୟା କମି କମିଆସିଛି। ମାତ୍ର ୧୦ରୁ ୧୨ଟି ଜିଲ୍ଲାରେ ଏବେ ନକ୍ସଲ ରହିଛନ୍ତି। କିନ୍ତୁ ୩ ବର୍ଷ ମଧ୍ୟରେ ସେମାନଙ୍କର ଅନ୍ତ ଘଟିବ। କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ରବିବାର ଏହା କହିଛନ୍ତି। ଉତ୍ତର ପ୍ରଦେଶ ରାଜଧାନୀ ଲ‌େକ୍ଷ୍ନୗସ୍ଥିତ ବିଜ୍‌ନୌର ଶିବିରରେ ଆୟୋଜିତ ରାପିଡ୍‌ ଆକ୍ସନ୍‌ ଫୋର୍ସ(ଆର୍‌ଏଏଫ୍‌)ର ୨୬ତମ ପ୍ରତିଷ୍ଠା ଦିବସ ଉତ୍ସବରେ ରାଜନାଥ କହିଲେ, କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍‌ପିଏଫ୍) ଏବଂ ଆର୍‌ଏଏଫ୍‌ର ବୀରତ୍ବ ଯୋଗୁ ନକ୍ସଲମାନେ ଭୟଭୀତ ହୋଇଗଲେଣି। ସେମାନେ ଏବେ ମୁଣ୍ଡ ଗୁଞ୍ଜିବାକୁ ରାହା ପାଉନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe