ମତେ ବି ମୁକ୍ତ କର: ପେରାରୀବଲନଙ୍କ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅନ୍ୟତମ ଦୋଷୀ ନଳିନୀ

Advertisment
ମତେ ବି ମୁକ୍ତ କର: ପେରାରୀବଲନଙ୍କ ପରେ ସୁପ୍ରିମକୋର୍ଟରେ ପହଞ୍ଚିଲେ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅନ୍ୟତମ ଦୋଷୀ ନଳିନୀ

Bulletin Mail

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଅନ୍ୟତମ ଦୋଷୀ ନଳିନୀ ଶ୍ରୀହରନ୍ ତାଙ୍କୁ ମୁକ୍ତି କରିବାକୁ ଆବେଦନ କରି ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି | ପେରାରୀବଲନଙ୍କ ମୁକ୍ତିକୁ ଦର୍ଶାଇ ସେ ସୁପ୍ରିମକୋର୍ଟରେ ଏକ ଆବେଦନ କରିଛନ୍ତି | ସମାନତା ଆଧାରରେ ତାଙ୍କୁ ମୁକ୍ତ କରାଯିବାକୁ ନଳିନୀ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟା ମାମଲାରେ ନଳିନୀ ଏବଂ ଅନ୍ୟ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ୩୧ ବର୍ଷ ଜେଲରେ ଥିବା ପେରାରୀବଲନଙ୍କୁ ମୁକ୍ତ କରାଯାଇଥିଲା ।

ରିପୋର୍ଟ ଅନୁଯାୟୀ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ହତ୍ୟାକାଣ୍ଡ ପାଇଁ ନଳିନୀ, ତାଙ୍କ ସ୍ୱାମୀ ମୁରୁଗାନ, ସନ୍ଥନ, ଜୟକୁମାର, ପେରାରୀବଲନ, ରବିଚନ୍ଦ୍ରନ ଏବଂ ରୋବର୍ଟ ପାୟସ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଆଉ ସମ୍ବିଧାନର ଧାରା ୧୪୨ରେ ଥିବା କ୍ଷମତା ପ୍ରୟୋଗ କରି ସୁପ୍ରିମକୋର୍ଟ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଏ. ଜି. ପେରାରୀବଲନ୍‌ଙ୍କୁ ମୁକ୍ତ କରିବା ଲାଗି ଆଦେଶ ଦେଇଥିଲେ। ତାଙ୍କର ଦଣ୍ଡାଦେଶ କାଟ କରିବା ଲାଗି ୨୦୧୮ରେ ତାମିଲନାଡୁ ସରକାର ସୁପାରିସ କରିଥିବା ସତ୍ତ୍ବେ ମୁକ୍ତିରେ ବିଳମ୍ବ ହେବାରୁ କାରାଗାରରେ ୩୦ ବ‌ର୍ଷରୁ ଊର୍ଦ୍ଧ୍ବ କାଳ ସଜ୍ଜା ଭୋଗି ସାରିଥିବା ପେରାରୀବଲନ୍‌ ସୁପ୍ରିମକୋର୍ଟରେ ନିବେଦନ କରିଥିଲେ।

ସୂଚନା ଥାଉ କି ରାଜୀବ ଗାନ୍ଧୀ ମେ ୨୧,୧୯୯୧ରେ ତାମିଲନାଡୁର ଶ୍ରୀପେରୁମୁଦୁରରେ ଏକ ନିର୍ବାଚନ ସମାବେଶରେ ଯୋଗଦେଉଥିବାବେଳେ ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣ ଘଟାଇଥିଲେ | ଏହି ମହିଳାଙ୍କ ନାମ ଧନୁ ହୋଇଥିବାବେଳେ ଏହି ଘଟଣାରେ ପେରାରୀବଲନ, ମୁରୁଗାନ୍, ସନ୍ଥାନ୍ ଏବଂ ନଳିନୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଥିଲା | ତେବେ ସୁପ୍ରିମ କୋର୍ଟ ୨୦୧୪ରେ ସେମାନଙ୍କର ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିଣତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe