ଏଣିକି ମଧ୍ୟପ୍ରଦେଶରେ କୁଳପତିଙ୍କୁ କୁହାଯିବ କୁଳଗୁରୁ, ନାମ ପରିବର୍ତ୍ତନ ନେଇ ସରକାରଙ୍କ ପ୍ରସ୍ତୁତି

Advertisment
ଏଣିକି ମଧ୍ୟପ୍ରଦେଶରେ କୁଳପତିଙ୍କୁ କୁହାଯିବ କୁଳଗୁରୁ, ନାମ ପରିବର୍ତ୍ତନ ନେଇ ସରକାରଙ୍କ ପ୍ରସ୍ତୁତି

photo-logic guru

ଭୋପାଳ: କୁଳପତିଙ୍କ ପଦବୀର ନାମ ପରିବର୍ତ୍ତନ କରିବାକୁ ଏବେ ଯୋଜନା କରୁଛନ୍ତି ମଧ୍ୟପ୍ରଦେଶ ସରକାର | ମଧ୍ୟପ୍ରଦେଶରେ ଥିବା ବିଶ୍ୱବିଦ୍ୟାଳୟର କୁଳପତିଙ୍କ ପଦବୀର ନାମ ପରିବର୍ତ୍ତନ କରିବାକୁ ବିଚାର କରାଯାଉଛି ବୋଲି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ କହିଛନ୍ତି | ସେ କହିଛନ୍ତି ଯେ ଜିଲ୍ଲା କଲେକ୍ଟରଙ୍କୁ ହିନ୍ଦୀରେ ଜିଲ୍ଳାଧିଶ କୁହାଯାଉଛି । ଏହି ଶବ୍ଦଟି ଶାସନ କଲା ପରି ଶୁଣାଯାଉଛି | ସେ କହିଛନ୍ତି ଯେ ଯଦି ଆମେ କୁଳଗୁରୁ କହିବା, ତେବେ କୁଳପତିଙ୍କ ଅପେକ୍ଷା ଏହା ଅଧିକ ନିଜର ବୋଲି ଲାଗିବ ।

ଉଚ୍ଚଶିକ୍ଷା ମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ କୁଳପତିଙ୍କ ନାମକୁ ହିନ୍ଦୀରେ ପରିବର୍ତ୍ତନ କରିବା ପ୍ରସ୍ତାବ ଉପରେ ତାଙ୍କ ବିଭାଗ ଆଲୋଚନା କରିଛି। ସେ କହିଛନ୍ତି ଯେ ନାମ ପରିବର୍ତ୍ତନ କରିବାର ପ୍ରସ୍ତାବ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ତ୍ରୀ ପରିଷଦ ବୈଠକରେ ଉପସ୍ଥାପନ ହେବ। ଏହା ଅନୁମୋଦନ ହେଲେ ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବ।

ଉଚ୍ଚଶିକ୍ଷା ବିଭାଗର ୱେବସାଇଟ୍ ଅନୁଯାୟୀ ମଧ୍ୟପ୍ରଦେଶରେ ଆଠଟି ପାରମ୍ପରିକ ବିଶ୍ୱବିଦ୍ୟାଳୟ ଅଛି। ଏହା ବ୍ୟତୀତ ୧୭ ଟି ବିଶ୍ୱବିଦ୍ୟାଳୟ ସାମ୍ବାଦିକତା, ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମ ପାଇଁ ପ୍ରତିଷ୍ଠା କରାଯାଇଛି। ଏହା ବ୍ୟତୀତ ମଧ୍ୟପ୍ରଦେଶ ବେସରକାରୀ ବିଶ୍ୱବିଦ୍ୟାଳୟ ନିୟାମକ ଆୟୋଗ ଅନୁଯାୟୀ ରାଜ୍ୟରେ ୩୨ଟି ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟ ଚାଲିଛି। । ରାଜ୍ୟରେ ଦୁଇଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମଧ୍ୟ ଅଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe