କଲେଜ୍‌ର ନାମ ପରିବର୍ତ୍ତିତ ହୋଇ ‘ବନ୍ଦେ ମାତାରମ ମହାବିଦ୍ୟାଳୟ’ ହେବାରୁ ଅସନ୍ତୋଷ ପ୍ରକାଶ କଲେ ଛାତ୍ର

Advertisment
କଲେଜ୍‌ର ନାମ ପରିବର୍ତ୍ତିତ ହୋଇ ‘ବନ୍ଦେ ମାତାରମ ମହାବିଦ୍ୟାଳୟ’ ହେବାରୁ ଅସନ୍ତୋଷ ପ୍ରକାଶ କଲେ ଛାତ୍ର

ନୂଆଦିଲ୍ଲୀ: ଦିଲ୍ଲୀର ‘ଦୟାଲ୍‌ ସିଂହ କଲେଜ୍‌’ର ନାମ ପରିବର୍ତ୍ତିନ କରାଯାଇ ଏବେ ତାହାକୁ ‘ବନ୍ଦେ ମାତାରମ ମହାବିଦ୍ୟାଳୟ’ କରି ଦିଆଯାଇଛି। କଲେଜ ପକ୍ଷରୁ ଶୁକ୍ରବାର ନିଆଯାଇଥିବା ଏହି ପଦେକ୍ଷେପକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି। କଲେଜ୍‌ର ଏକ ଛାତ୍ର ଦଳ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି।

ଦୟାଲ୍‌ ସିଂହ କଲେଜର ପ୍ରିନ୍ସିପାଲ୍‌ ପବନ ଶର୍ମା ଏ ସଂପର୍କରେ କହିଛନ୍ତି, ‘ବନ୍ଦେ ମାତ୍‌ରମ’ ନାମ ରଖିବାରେ କୌଣସି ଆପତ୍ତି ନାହିଁ। ଏମିତି ଅନେକ କଲେଜ ଏପରି ଲୋକଙ୍କ ନାମରେ ରହିଛି, ଯାହାର ନାମ କେହି ଜାଣନ୍ତି ନାହିଁ। ‘ବନ୍ଦେ ମାତାରମ୍‌’ ଦେଶଭକ୍ତମାନଙ୍କୁ ଗୋଟାଏ ସୂତ୍ରରେ ବାନ୍ଧି ରଖିବା ଭଳି ଶବ୍ଦ। ଏହାକୁ ନେଇ କାହାର ଆପତ୍ତି ନ ହେବା ଉଚିତ। ତେଣୁ ବିରୋଧ ପ୍ରଦର୍ଶନ କରୁଥିବା ଏନ୍‌ଏସ୍‌ୟୁଆଇର ଆପତ୍ତିକୁ ଆମେ ଖାରଜ କରୁଛୁ।’

ଦିଲ୍ଳୀ ୟୁନିଭରସିଟିର ଛାତ୍ର ସଂଘର ଉପାଧ୍ୟକ୍ଷ କୃପାଲ ସହରାବତ କହିଛନ୍ତି, ‘ନାମ ବଦଳିବା ନ ବଦଳିବା ନେଇ ଆମର କୌଣସି ଆପତ୍ତି ନାହିଁ। ଆପଣ କଲେଜର ନାମ ନରେନ୍ଦ୍ର ମୋଦି କଲେଜ କରିଦିଅନ୍ତୁ, ମାତ୍ର କଲେଜକୁ ଆବ୍ୟକୀୟ ଭିତ୍ତିଭୂମି ଯୋଗାଇ ଦିଅନ୍ତୁ। ପିଲାମାନେ ସେମାନଙ୍କ ଅସୁବିଧା ସଂପର୍କରେ କହିବାକୁ ମୋତେ ଡାକିଥିଲେ। ମୁଁ ସେଥିପାଇଁ ଆସିଥିଲି। କଲେଜର ନାମ ବଦଳିଗଲା ହେଲେ କେହି ବି ସମସ୍ୟା ଶୁଣିଲେ ନାହିଁ।’

ଉଲ୍ଲେଖଯୋଗ୍ୟ, ୧୯୫୮ ମସିହାରୁ ଦୟାଲ୍‌ ସିଂହ କଲେଜ ଚାଲୁଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe