ବିବାଦରେ ଫସିଲା ବିଜେପିର ‘ନମୋ ଟିଭି’ ଚ୍ୟାନେଲ୍‌; ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ଆପ୍‌

Advertisment
ନମୋ ଟିଭି ଲଞ୍ଚ ନେଇ  ସୂଚନା ଓ ପ୍ରସାରଣ ମନ୍ତ୍ରାଳୟକୁ ଜବାବ ମାଗିଲେ ନିର୍ବାଚନ କମିସନ; ‘ମେ ଭି ଚୌକିଦାର’ କାର୍ଯ୍ୟକ୍ରମ ଲାଗି ଦୂରଦର୍ଶନକୁ ନୋଟିସ୍

TV TODAY

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଏକ ଟିଭି ଚ୍ୟାନେଲ- ନମୋ ଟିଭି (ଏନ୍‌ଏଏମ୍‌ଓ ଟିଭି)- ଲଞ୍ଚ୍‌ କରାଯିବା ଘଟଣାକୁ କେନ୍ଦ୍ର କରି ଦେଶରେ ଏବେ ଏକ ରାଜନୈତିକ ବିବାଦର ସୂତ୍ରପାତ ହୋଇଛି।

publive-image

ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌), ଏହି ଘଟଣାର ତୀବ୍ର ବିରୋଧ କରିବା ସହ ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ଥିବା ଦର୍ଶାଇ ନିର୍ବାଚନ କମିଶନଙ୍କ ଦ୍ୱରସ୍ଥ ହୋଇଛି। ଆପ୍‌ ନିର୍ବାଚନ କମିଶନଙ୍କୁ ପ୍ରଶ୍ନ କରିଛି, ‘ନିର୍ବାଚନ ଆଚରଣ ବିଧି ଲାଗୁଥିବା କାଳରେ କ’ଣ ଏକ ରାଜନୈତିକ ଦଳ ନିଜର ଏକ ଟିଭି ଚ୍ୟାନେଲ ଲଞ୍ଚ୍‌ କରିପାରିବ? ଯଦି ନା ଏବଂ ନିର୍ବାଚନ କମିଶନ ଯଦି ଏଥିପାଇଁ ଅନୁମତି ପ୍ରଦାନ କରି ନାହାନ୍ତି; ତେବେ. ସଂପୃକ୍ତ ରାଜନୈତିକ ଦଳ ବିରୋଧରେ କି ପ୍ରକାରର କାର୍ଯ୍ୟାନୁଷ୍ଠାନ ନିର୍ବାଚନ କମିଶନ ଗ୍ରହଣ କରିବେ କମିଶନ?’ କେବଳ ଆପ୍‌ ନୁହେଁ ଦେଶର ଅନ୍ୟ ସମସ୍ତ ବିଜେପି ବିରୋଧୀ ରାଜନୈତିକ ଦଳ ମଧ୍ୟ ‘ନମୋ ଟିଭି’କୁ ବିରୋଧ କରୁଛନ୍ତି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚ ୨୭ ତାରିଖରେ ବିଜେପି ପକ୍ଷରୁ ଏହି ‘ନାମୋ ଟିଭି’କୁ ଲଞ୍ଚ୍‌ କରାଯାଇଛି। ବିଭିନ୍ନ ଡିଟିଏଚ୍‌ ପ୍ଲାଟଫର୍ମରେ ଏବେ ‘ନମୋ ଟିଭି’ ଉପଲବ୍ଧ ହେଉଛି। ଏୟାରଟେଲ୍‌ରେ ୧୧୦, ଡିଟୁଏଚ୍‌ରେ ୧୦୨, ଭିଡିଓକୋନ୍‌ରେ ୩୦୨, ଡିସ୍‌ ଟିଭିରେ ୧୧୧, ଟାଟାସ୍କାଇରେ ୫୧୨ ନମ୍ବର ଚ୍ୟାନେଲରେ ଉପଲବ୍ଧ ହେଉଛି ‘ନମୋ ଟିଭି’। ଏଥିରେ ସରକାରଙ୍କ ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣ ଓ ଦେଶାତ୍ମବୋଧକ ସିନେମା ପ୍ରଦର୍ଶିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ତାଙ୍କ ଟୁଇଟର ହାଣ୍ଡେଲରେ ଏହି ‘ନମୋ ଟିଭି’ ଚ୍ୟାନେଲ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe