ଚାଷୀଙ୍କ ସମର୍ଥନରେ ବାହାରି ନାନା ପା‌ଟେକର ଦେଲେ ଏଭଳି ପ୍ରତିକ୍ରିୟା

ଚାଷୀଙ୍କ ସମର୍ଥନରେ ବାହାରି ନାନା ପା‌ଟେକର ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ଆସନ୍ତ‌ା ମାର୍ଚ୍ଚ ୬ ତାରିଖ ଠାରୁ ଚାଷୀମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବା ସହ ଦିଲ୍ଲୀ ଚଲୋ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚାଷୀ ନେତା ସରୱନ ସିଂ ପଣ୍ଢେର ସୂଚନା ଦେଇଛନ୍ତି। ଦେଶରେ ଚାଲିଥିବା ଚାଷୀ ଆନ୍ଦୋଳନକୁ ‌ନେଇ ବଲିଉଡ ଅଭିନେତ‌ା ନାନା ପାଟେକର ସମର୍ଥନ କରିବା ସହ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ନାନା ପାଟେକର ଚାଷୀ ଆନ୍ଦୋଳନକୁ ସମର୍ଥନ କରି କହିଛନ୍ତି, ‘ପୂର୍ବରୁ ୮୦ରୁ୯୦ ପ୍ରତିଶତ ଚାଷୀ ଥିଲେ। କିନ୍ତୁ ବର୍ତ୍ତମାନ ସମୟ‌ରେ ଏହା ହ୍ରାସ ପାଇ ୫୦ ପ୍ରତିଶତ ହୋଇଯାଇଛି। ମୋର ଆପଣମାନଙ୍କୁ ଅନୁରୋଧ ସରକାରଙ୍କୁ କିଛି ମାଗନାହିଁ। କାହାର ସରକାର ଆଣିବା ତାହା ସ୍ଥିର କର। ମୁଁ ରାଜନୀତିରେ ଯାଇ ପାରିବି ନାହିଁ, କାରଣ ମୋ ପେଟରେ ଯାହା ତାହା ହିଁ ମୁହଁରେ ଥାଏ। ତେଣୁ ମୁଁ ରାଜନୀତିରେ ତିଷ୍ଠି ପାରିବି ନାହିଁ, ଯେଉଁଠି ବି ସାମିଲ ହେବି ସେ ଦଳ ମୋତେ ବାହାର କରି ଦେବ ବୋଲି ଭଲଭାବେ ଜାଣିଛି। ଦଳ ବଦଳାଇ ବଦଳାଇ ମାସକ ଭିତରେ ମୁଁ ସବୁ ଦଳରେ ସାମିଲ ହୋଇ ବାହାରି ସାରିଥିବି। ଯଦି ମୁଁ ‌‌କେବେ ଜୀବନ ହାରିଦିଏ ଚାଷୀ ହୋଇ ଜନ୍ମ ନେବାକୁ ଚାହିଁବି।’

ତେବେ ନାନା ଚାଷୀଙ୍କୁ ସମର୍ଥନ କରିବା ପ୍ରଥମ ଘଟଣା ନୁହେଁ । ଏହା ପୂର୍ବରୁ ସେ  ଏକ ସଂସ୍ଥା ତିଆରି କରିଥିଲେ। ଏହି ସଂସ୍ଥା କେବଳ ଚାଷୀଙ୍କ ହିତ ପାଇଁ କାମ କରେ। ଏହି ସଂସ୍ଥା ତିଆରି କରିବା ଅବସରରେ ନାନା କହିଥିଲେ, ‘ଚାଷୀ ଭାଇମାନେ ଏବେ ଜୀବନ ହାରିବ ନାହିଁ, ଅସୁବିଧା ପଡ଼ି‌ଲେ ଫୋନ କରିବ।’

ଏହି ସଂସ୍ଥା ଅଧିୀନରେ ନାନା ଆର୍ଥିକ ଅଭାବ ହେତୁ ଜୀବନ ହାରି ଦେଇଥିବା ୧୮୦ଜଣ ଚାଷୀଙ୍କ ସ୍ତ୍ରୀମାନଙ୍କୁ ୧୫-୧୫ହଜାର ଟଙ୍କା ଲେଖାଏଁ ସାହାଯ୍ୟ ବି କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe