ମୁମ୍ବାଇ: ଟିଭି ତଥା ଚଳଚ୍ଚିତ୍ର ଅଭିନେତା ଆଲୋକ ନାଥଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା ବିଣ୍ଟା ନନ୍ଦା ଆଜି ବିଧିବଦ୍ଧ ଭାବେ ଥାନାରେ ଏତଲା ଦେଇଛନ୍ତି। ବିଣ୍ଟାଙ୍କ ତରଫରୁ ମୁମ୍ବାଇର ଏକ ଥାନାରେ ଅଭିଯୋଗ କରାଯାଇଛି। ଆଲୋକ ନାଥ ତାଙ୍କୁ ଦୁଷ୍କର୍ମ କରିଥିବା ନେଇ ବିଣ୍ଟା ମି ଠୁ ଅଭିଯାନ ମାଧ୍ୟମରେ ପ୍ରକାଶ କରିଥିଲେ। ଏହାକୁ ନେଇ ବଲିଉଡ୍ ଶିଳ୍ପରେ ହଇଚଇ ସୃଷ୍ଟି ହୋଇଥିଲା। ମୁମ୍ବାଇର ଓସିୱାରା ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିବା ବିଣ୍ଟା କହିଛନ୍ତି, ଆଲୋକ ନାଥଙ୍କ ପକ୍ଷରୁ ହୋଇଥିବା ମାମଲା ଆଧାରରେ ତାଙ୍କ ନିକଟକୁ ନୋଟିସ୍ ପଠାଯାଇଛି। ମଙ୍ଗଳବାର ସେ ଏହି ନୋଟିସ୍ ପାଇଛନ୍ତି। ଆଜି ଆଲୋକଙ୍କ ବିରୋଧରେ ସେ ଅଭିଯୋଗ କରିଥିବା କହିଛନ୍ତି।
ଆଲୋକଙ୍କ ବିରୋଧରେ ଏତଲା ଦେଲେ ବିଣ୍ଟା ନନ୍ଦା
Advertisment
Follow Us