୫୦ ବର୍ଷ ପରେ ଶେଷ ହେଲା ‘ନେପାମ୍‌ ବୋମା’ ମାଡ଼ରେ ଆହତ ହୋଇଥିବା ୯ ବର୍ଷୀୟ ଭିଏତ୍‌ନାମୀ ବାଳିକାର ଚର୍ମ ଚିକିତ୍ସା

Advertisment
୫୦ ବର୍ଷ ପରେ ଶେଷ ହେଲା ‘ନେପାମ୍‌ ବୋମା’ ମାଡ଼ରେ ଆହତ ହୋଇଥିବା ୯ ବର୍ଷୀୟ ଭିଏତ୍‌ନାମୀ ବାଳିକାର ଚର୍ମ ଚିକିତ୍ସା

Image Courtesy of India Today

ନୂଆଦିଲ୍ଲୀ: ୫୦ ବର୍ଷ ତଳେ ଆମେରିକାର ଲଢୁଆ ବିମାନ ପକାଇଥିବା ‘ନେପାମ୍‌ ବୋମା’ ମାଡ଼ରେ ଆହତ ହୋଇଥିବା ୯ ବର୍ଷୀୟ ବାଳିକାର ଚର୍ମ ଚିକିତ୍ସା ଏବେ ଶେଷ ହୋଇଛି।

‘ନେପାମ୍‌ ବୋମା’ ମାଡ଼ରେ ପୋଡ଼ିଯାଇ ଆହତ ହେବା ପରେ ଉଲଗ୍ନ ଅବସ୍ଥାରେ ଚିତ୍କାର କରି ଧାଉଁଥିବା ଉକ୍ତ ବାଳିକାର ଫଟୋ ଇତିହାସର ଗୋଟାଏ ଅଧ୍ୟାୟ ପାଲଟି ଯାଇଥିଲା। ସମ୍ପ୍ରତି ସେ ବାଳିକା ବଡ଼ ହୋଇ ୮୯ ବର୍ଷୀୟ ମହିଳାରେ ପରିଣତ ହୋଇଛନ୍ତି।

ତାଙ୍କ ଦେଶ ଉପରେ ଯୁକ୍ତରାଷ୍ଟ୍ର ଆମେରିକା ଆକ୍ରମଣ କରି ‘ନେପାମ୍‌ ବୋମା’ ପକାଇବାରୁ ସେ ବାଳିକା ଦେଶରେ ଭୟାବହ ପୋଡ଼ା ଘା’ ସୃଷ୍ଟି ହୋଇଥିଲା।

‘ନେପାମ୍‌ ବାଳିକା’ ଭାବେ ସୁପରିଚିତା ଉକ୍ତ ମହିଳାଙ୍କ ପ୍ରକୃତ ନାଁ ହେଉଛି କିମ୍‌ ଫୁକ୍‌ ଫାନ୍‌ ସି। ଭିଏତ୍‌ନାମ୍‌ ଯୁଦ୍ଧ ବେଳେ ୧୯୭୨ ମସିହା ଜୁନ୍‌ ମାସରେ ତାଙ୍କ ଗାଁ ଉପରେ ‘ନେପାମ୍‌ ବୋମା’ ପଡ଼ିବାରୁ ତାଙ୍କ ଦେହରେ ସୃଷ୍ଟ ଗଭୀର ‌ପୋଡ଼ ଘା’ଜନିତ ଯନ୍ତ୍ରଣା ଲାଘବ ପାଇଁ ବିଭିନ୍ନ ପଦ୍ଧତିରେ ଚିକିତ୍ସା ଚାଲିଥିଲା।

publive-image Image Courtesy of The Independent

ଡାକ୍ତରଖାନାରେ ଗୋଟିଏ ବର୍ଷର ରହଣି ଏବଂ ପରେ ୧୭ ଥର ଅସ୍ତ୍ରୋପଚାର ପରେ ଭୀଷଣ ପୋଡ଼ିଯାଇଥିବା ‘ନେପାମ୍‌ ବାଳିକା’କୁ ଘରକୁ ଛଡ଼ାଯାଇଥିଲା। ଅବଶ୍ୟ ପୁଣି ଠିକ୍‌ ଭାବେ ଚାଲବୁଲ କରିବା ପାଇଁ ସମର୍ଥ ହେବା ପୂର୍ବରୁ ପରବର୍ତ୍ତୀ ୧୦ ବର୍ଷ ଧରି ତାଙ୍କୁ ଅନେକ ପ୍ରକାର ଚିକିତ୍ସା କରାଇବାକୁ ପଡ଼ିଥିଲା। ଏତେ ଚିକିତ୍ସା ସତ୍ତ୍ବେ ତାଙ୍କ ପାଇଁ ପ୍ରତିଟି ଦିନ ଥିଲା ଯନ୍ତ୍ରଣାଯୁକ୍ତ।

୧୯୯୨ରେ କମ୍ୟୁନିଷ୍ଟ ଶାସିତ ଭିଏତ୍‌ନାମ୍‌ରୁ ଖସି ଯାଇ ଫାନ୍‌ ସି ଏବଂ ତାଙ୍କ ସ୍ବାମୀ କାନଡାରେ ରାଜନୈତିକ ଶରଣ ନେଇଥିଲେ। ୨୦୧୫ରେ ସେ ଯୁକ୍ତରାଷ୍ଟ୍ର ଆମେରିକାର ଫ୍ଲୋରିଡା ପ୍ରଦେଶ ଅନ୍ତର୍ଗତ ମିଆମିରେ ଥିବା ଡାକ୍ତର ଜିଲ୍‌ ଜ୍ବାଇବେଲ୍‌ଙ୍କ ସଙ୍ଗେ ପରିଚିତ ହୋଇ ପ‌ୋଡ଼ା ଏବଂ କ୍ଷତ ପାଇଁ ବିଶେଷ ଚିକିତ୍ସା ଗ୍ରହଣ କରିଥିଲେ। ସି’ଙ୍କ ଦୁର୍ଦ୍ଦଶା ଶୁଣି ଡାକ୍ତର ଜ୍ବାଇବେଲ୍‌ ମାଗଣାରେ ତାଙ୍କ ଚିକିତ୍ସା କରିଥିଲେ।

ସେ ସମୟରେ ଡାକ୍ତରଖାନାକୁ ନିଆଯିବା ପୂର୍ବରୁ ‘ନେପାମ୍‌ ବୋମା’ ମାଡ଼ରେ ପୋଡ଼ି ଯାଇ ଧାଉଁ ଥିବା ସି’ଙ୍କ ଫଟୋ ଉଠାଇ ଥିବା ପୁଲିଜର୍‌ ପୁରସ୍କାରପ୍ରାପ୍ତ ସାମ୍ବାଦିକ ନିକ୍‌ ଉଟ୍‌ ମଧ୍ୟ ମିଆମି ଯାଇ ତାଙ୍କୁ ଭେଟିବା ସହ ଅଧିକ ଫଟୋ ଉଠାଇଥିଲେ। ଏଥର କିନ୍ତୁ, ସି’ ହସୁଥିଲେ।

‘ସିବିଏସ୍‌ ନିଉଜ୍‌’ ସହ ସାକ୍ଷାତ୍‌କାର ବେଳେ ଫାନ୍‌ ସି ଯୁଦ୍ଧ ଦିନର କଥା ମନେପକାଇ କହିଥିଲେ, ଅନ୍ୟ ପିଲାମାନଙ୍କ ସଙ୍ଗରେ ଖେଳୁଥିବା ବେଳେ ଭିଏତ୍‌ନାମୀ ସୈନିକମାନେ ମତେ ଧାଇଁ ପଳାଇବାକୁ କହିଥିଲେ। ଆମ ଗାଁ ପୋଡ଼ିଯିବା ଆଗରୁ ମୁଁ ଉପରକୁ ଚାହିଁ ଦେଖିଲି ଗୋଟାଏ ଉଡ଼ାଜାହାଜ ବୋମା ଫିଙ୍ଗୁଛି। ‘ଓଃ କି ଗରମ୍‌! ଓଃ କି ଗରମ୍‌’ କହି ମୁଁ ଧାଇଁ ପଳାଇ ଆସିଲି। ମୋର ପୋଷାକପତ୍ର ପୋଡ଼ି ଦେହସାରା ଘା’ ହୋଇଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe