ଭଗବାନ ବାଲାଜୀଙ୍କୁ ସୁନା ଶଙ୍ଖ ଓ କଇଁଛ ଦେଲେ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ଓ ସୁଧା ମୂର୍ତ୍ତି

ଭଗବାନ ବାଲାଜୀଙ୍କୁ ସୁନା ଶଙ୍ଖ ଓ କଇଁଛ ଦେଲେ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ଓ ସୁଧା ମୂର୍ତ୍ତି

ନୂଆଦିଲ୍ଲୀ: ଭଗବାନ ବାଲାଜୀଙ୍କୁ ସୁନା ଶଙ୍ଖ ଓ କଇଁଛ ଦେଲେ ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି ଏବଂ ତାଙ୍କ ପତ୍ନୀ ତଥା ଲେଖିକା ସୁଧା ମୂର୍ତ୍ତି। ସୋମବାର ତିରୁପତି ଯାଇ ଭଗବାନ ବାଲାଜୀଙ୍କୁ ଦମ୍ପତି ଏହି ଉପହାର ଦେଇଥିବା ଜଣାପଡ଼ିଛି। ନାରାୟଣ ମୂର୍ତ୍ତି ଓ ସୁଧା ମୂର୍ତ୍ତି ଦେଇଥିବା ଏହି ମୂଲ୍ୟବାନ ଜିନିଷଗୁଡ଼ିକ ଆନ୍ଧ୍ରପ୍ରଦେଶର ତିରୁମାଳାରେ ଅବସ୍ଥିତ ଶ୍ରୀ ବାରୁ ମନ୍ଦିରରେ ଥିବା ଭଗବାନଙ୍କ ମୂର୍ତ୍ତିଗୁଡ଼ିକୁ ସଫା କରିବା ପାଇଁ ବ୍ୟବହୃତ ହେବ।

ତେବେ ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ମୂର୍ତ୍ତି ଦମ୍ପତି ଅନେକ ଟଙ୍କା ଦାନ କରିଥିବା ଦେଖାଯାଇଛି। ୨୦୨୧ମସିହାରେ, ଇନଫୋସିସ୍ ଫାଉଣ୍ଡେସନର ଅଧ୍ୟକ୍ଷା ସୁଧା ମୂର୍ତ୍ତୀ କୋଭିଡ୍ ରିଲିଫ୍ ପାଇଁ ୧୦୦କୋଟିରୁ ଅଧିକ ଟଙ୍କା ଦାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

କିଛି ଦିନ ତଳେ ସୁଧା ମୂର୍ତ୍ତିଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ସାମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ  ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ ରାଷ୍ଟ୍ରପତି ଭବନଠାରେ ସୁଧା ମୂର୍ତ୍ତୀଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe