oneindia.com
ନୂଆଦିଲ୍ଲୀ : ବୁଧବାର ମଧ୍ୟପ୍ରଦେଶର ଇତାରାସିରେ ନିର୍ବାଚନୀ ରାଲି କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ରାଲିରେ ମୋଦୀଜୀ କଂଗ୍ରେସକୁ ଟାର୍ଗେଟ କରିବା ସହ ଦିଗ୍ବିଜୟ ସିଂହଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଇଥିଲେ ।
oneindia.comରାଲିକୁ ସାମ୍ବୋଧନ କରି, କଂଗ୍ରେସ ସବୁ ବେଳେ ଆତଙ୍କବାଦକୁ ସମର୍ଥନ କରୁଥିବା ଲୋକମାନଙ୍କ ସହ ରହି ଆସିଛି । ଯେଉଁ ଜାକିର ନାଏକ ପାଇଁ ଶ୍ରୀଲଙ୍କାରେ ଏତେ ଲୋକଙ୍କ ଜୀବନ ଚାଲିଗଲା, ସେଭଳି ଲୋକକୁ ଦିଗ୍ବିଜୟ ସିଂହଙ୍କ ଭଳି ନେତା କାନ୍ଧରେ ବସାଇ ନାଚିଥାନ୍ତି । କିଛି ଦିନ ତଳେ ଶ୍ରୀଲଙ୍କାରେ ଏକ ବିସ୍ଫୋରଣ ହୋଇଥଲା । ଯେଉଁଥିରେ ବହୁ ଲୋକ ମୃତ୍ୟୁବରଣ କରିଥିଲେ । ଏହି ବିସ୍ଫୋରଣ ପାଇଁ ଦାୟୀ ଥିବା ଜାକିର ନାଏକ୍ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଶ୍ରୀଲଙ୍କା ସରକାର ଟିଭି ଚ୍ୟାନେଲରେ ଘୋଷଣା କରିଥିଲେ । କିନ୍ତୁ କଂଗ୍ରେସ ନେତା ଦିଗ୍ବିଜୟ ସିଂହ ସେଭଳି ଆତଙ୍କବାଦୀଙ୍କ ପାଖକୁ ଯାଇ ତାଙ୍କର ପ୍ରଶଂସା କରିବା ସହ ତାଙ୍କୁ ଶାନ୍ତିର ଦୂତ ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ ମୋଦୀ ।
Follow Us