ଲଢ଼େଇ ମୁଦ୍ରାରେ ପ୍ରଧାନମନ୍ତ୍ରୀ ମୋଦି ! କେ-୯ ବ୍ରଜ ହୋଇଜର୍‌ ଯୁଦ୍ଧ ଟ୍ୟାଙ୍କ ଚଢ଼ି ବୁଲିବା ସହ ଏହାର ଉଦଘାଟନ କଲେ

Advertisment
ଲଢ଼େଇ ମୁଦ୍ରାରେ ପ୍ରଧାନମନ୍ତ୍ରୀ ମୋଦି !  କେ-୯ ବ୍ରଜ ହୋଇଜର୍‌ ଯୁଦ୍ଧ ଟ୍ୟାଙ୍କ ଚଢ଼ି ବୁଲିବା ସହ ଏହାର ଉଦଘାଟନ କଲେ

ସୁରଟ (ଗୁଜୁରାଟ): ସଂପ୍ରତି ତିନି ଦିନିଆ ଗୁଜୁରାଟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଦେଖିବା ପାଇଁ ମିଳିଛି ଲଢ଼େଇ ମୁଦ୍ରାରେ। ସୁରଟଠାରେ ପ୍ରଧାନମନ୍ତ୍ରୀ ମୋଦି ଆଜି (ଶନିବାର) ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଂପୂର୍ଣ୍ଣ ଅତ୍ୟାଧୁନିକ ଏବଂ ସ୍ୱୟଂଚାଳିତ କେ-୯ ବ୍ରଜ ହୋଇଜର୍‌ ଯୁଦ୍ଧ ଟ୍ୟାଙ୍କର ଚଢ଼ି ବୁଲିବା ସହ ଏହାର ଉଦଘାଟନ କରିଥିବା ଦେଖିବା ପାଇଁ ମିଳିଛି।


ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସଂପୂର୍ଣ୍ଣ ଅତ୍ୟାଧୁନିକ ଏବଂ ସ୍ୱୟଂଚାଳିତ କେ-୯ ବ୍ରଜ ହୋଇଜର୍‌ ଯୁଦ୍ଧ ଟ୍ୟାଙ୍କର ଦେଶର ଅନ୍ୟତମ ଖ୍ୟାତନାମା କମ୍ପାନି ଲାର୍ସନ୍‌ ଆଣ୍ଡ ଟ୍ରୁବ୍ରୋ (ଏଏଲ୍‌ ଆଣ୍ଡ ଟି) ପକ୍ଷରୁ ନିର୍ମାଣ କରାଯାଇଛି। ଯୁଦ୍ଧ କ୍ଷେତ୍ରରେ ଏହାକୁ ଆଗ ଧାଡ଼ିର ଏକ ବିଧ୍ୱଂସୀ ଟ୍ୟାଙ୍କର ଭାବେ ବ୍ୟବହାର କରାଯାଉଛି। କେ-୯ ବ୍ରଜ ହୋଇଜର୍‌ ଯୁଦ୍ଧ ଟ୍ୟାଙ୍କର ସ୍ୱୟଂଚାଳିତ ଭାବେ ଶତ୍ରୁ ପକ୍ଷ ଉପରକୁ ଗୁଳିଗୋଳା ଲକ୍ଷ୍ୟଭେଦୀ ଭାବେ ନିକ୍ଷେପ କରିବାର କ୍ଷମତା ରଖୁଛି।


ଆଜି ଗୁଜୁରାଟର ହାଜିରା ଠାରେ ଲାର୍ସନ୍‌ ଆଣ୍ଡ ଟ୍ରୁବ୍ରୋ ଆମ୍ରୋଡ୍‌ ସିଷ୍ଟମ୍‌ କମ୍ପଲେକ୍ସକୁ ଉଦ୍‌ଘାଟନ କରିବା ଅବସରରେ ପ୍ରଧାନମନ୍ତ୍ର ମୋଦି କେ-୯ ବ୍ରଜ ହୋଇଜର୍‌ ଯୁଦ୍ଧ ଟ୍ୟାଙ୍କରରେ ଚଢ଼ି ବୁଲିବା ସହ ଏହାର ପରୀକ୍ଷଣ କରିଥିଲେ। ଏହି ଅବସରରେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe