ମିରଟରେ ହେବ ନରେନ୍ଦ୍ର ମୋଦି ମନ୍ଦିର: ୫ ଏକର ଜମି ଉପରେ ପୂଜା ପାଇବ ୧୦୦ ଫୁଟ୍‌ର ମୂର୍ତ୍ତି

Advertisment

୨୩ରେ ହେବ ଭୂମି ପୂଜନ

୨୩ରେ ହେବ ଭୂମି ପୂଜନ

ମିରଟରେ ହେବ ନରେନ୍ଦ୍ର ମୋଦି ମନ୍ଦିର: ୫ ଏକର ଜମି ଉପରେ ପୂଜା ପାଇବ ୧୦୦ ଫୁଟ୍‌ର ମୂର୍ତ୍ତି

Free Press Journal

ମିରଟ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାମରେ ଏକ ଭବ୍ୟ ମନ୍ଦିର ମିରଟଠାରେ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମର୍ଥକ ଓ ପ୍ରଶଂସକମାନେ ଏଠାକୁ ଆସିି ତାଙ୍କର ପୂଜାର୍ଚ୍ଚନା କରିପାରିବେ।

ଏହି ମନ୍ଦିର ପ୍ରତିଷ୍ଠା କରୁଛନ୍ତି ମୋଦିଙ୍କର ଜଣେ ବଡ଼ ପ୍ରଶଂସକ ଓ ସମର୍ଥକ ଜେ.ପି.ସିଂହ। ପ୍ରସ୍ତାବିତ ମୋଦି ମନ୍ଦିର ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ସିଂହ କହିଛନ୍ତି ଯେ ୫ ଏକର ପରିମିତ ଜମି ଉପରେ ଏହି ମନ୍ଦିରଟି ନିର୍ମିତ ହେବ ଏବଂ ଏହି ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିଶାଳ ପ୍ରତିମୂର୍ତ୍ତି ପୂଜା ପାଇବ।

ଏହି ମନ୍ଦିର ନିର୍ମାଣ ନିମନ୍ତେ ମିରଟ- କର୍ଣ୍ଣାଲ ଜାତୀୟ ରାଜପଥ ପାର୍ଶ୍ୱରେ ୫ ଏକର ଜମି କିଣା ସରିଛି। ମନ୍ଦିରରେ ସ୍ଥାପନା ନିମନ୍ତେ ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ମୋଦିଙ୍କର ଏକ ପ୍ରତିମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଖୁବ୍‌ ଶୀଘ୍ର ଆରମ୍ଭ କରାଯିବ। ଆଗାମୀ ଦୁଇ ବର୍ଷ ମଧ୍ୟରେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟକୁ ଶେଷ କରାଯିବ।

ଏହି ମନ୍ଦିର ପ୍ରତିଷ୍ଠାରେ ୧୦ କୋଟି ଟଙ୍କା ବ୍ୟୟ କରାଯିବ। ଏବଂ ମନ୍ଦିରରେ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଅର୍ଥ ଜନସାଧାରଣଙ୍କଠାରୁ ଦାନ ସୂତ୍ରରେ ଗ୍ରହଣ କରାଯିବ। ପ୍ରସ୍ତାବିତ ମୋଦି ମନ୍ଦିରର ଭୂମି ପୂଜନ କାର୍ଯ୍ୟ ଆସନ୍ତା ଅକ୍ଟୋବର ୨୩ ତାରିଖରେ ସଂପନ୍ନ କରାଯିବାକୁ ମଧ୍ୟ ସ୍ଥିର ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଶ୍ରୀ ସିଂହ।

ଉଲ୍ଲେଖଯୋଗ୍ୟ, ଜଳ ସଂପଦ ବିଭାଗର ସହକାରୀ ଯନ୍ତ୍ରୀ ପଦବୀରୁ ଗତ ସେପ୍ଟେମ୍ବର ୨୯ ତାରିଖରେ ଅବସର ଗ୍ରହଣ କରିଥିବା ଶ୍ରୀ ସିଂହ କହନ୍ତି, ‘ନରେନ୍ଦ୍ର ମୋଦିଙ୍କର ଭାରତ ପ୍ରତି ଭଲ ପାଇବା ମୋତେ ତାଙ୍କ ଆଡ଼କୁ ଆକୃଷ୍ଟ କରାଇଛି।’

୫ ଏକର ପରିମିତ ଜମି ଉପରେ ଏହି ମନ୍ଦିରଟି ନିର୍ମିତ ହେବ ଏବଂ ଏହି ମନ୍ଦିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୧୦୦ ଫୁଟ ଉଚ୍ଚତା ବିଶିଷ୍ଟ ଏକ ବିଶାଳ ପ୍ରତିମୂର୍ତ୍ତି ପୂଜା ପାଇବ। ଏହି ମନ୍ଦିର ପ୍ରତିଷ୍ଠାରେ ୧୦ କୋଟି ଟଙ୍କା ବ୍ୟୟ କରାଯିବ ଏବଂ ମନ୍ଦିରରେ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଅର୍ଥ ଜନସାଧାରଣଙ୍କଠାରୁ ଦାନ ସୂତ୍ରରେ ଗ୍ରହଣ କରାଯିବ। ପ୍ରସ୍ତାବିତ ମୋଦି ମନ୍ଦିରର ଭୂମି ପୂଜନ କାର୍ଯ୍ୟ ଆସନ୍ତା ଅକ୍ଟୋବର ୨୩ ତାରିଖରେ ସଂପନ୍ନ କରାଯିବା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe