ଅଗ୍ନିପଥ ସ୍କିମକୁ ବିରୋଧ କରି ଜୟନ୍ତ ଚୌଧୁରୀଙ୍କ ବିବାଦୀୟ ବୟାନ; ମୋଦୀ-ଯୋଗୀ କାହାର ବି ବିବାହ କରାଇ ଦେବେନି

Advertisment
ଅଗ୍ନିପଥ ସ୍କିମକୁ ବିରୋଧ କରି ଜୟନ୍ତ ଚୌଧୁରୀଙ୍କ ବିବାଦୀୟ ବୟାନ; ମୋଦୀ-ଯୋଗୀ କାହାର ବି ବିବାହ କରାଇ ଦେବେନି

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନା ବିରୋଧରେ ୟୁପିର ଶାମଲିରେ ଅନୁଷ୍ଠିତ ଏକ ଯୁବ ପଞ୍ଚାୟତକୁ ସମ୍ବୋଧିତ କରିବା ବେଳେ ଆରଏଲଡି ସଭାପତି ଜୟନ୍ତ ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଷୟରେ ଆରଏଲଡି ସଭାପତି ବିବାଦୀୟ ମନ୍ତବ୍ୟ ଦେଇ କହିଛନ୍ତି ଯେ, ଦୁହେଁ ବିବାହ କରିନାହାନ୍ତି କିମ୍ବା ନିଜ ବିବାହକୁ ସମ୍ଭାଳି ପାରିନାହାନ୍ତି। ଏବେ ଆପଣଙ୍କୁ ବିବାହ କରିବାକୁ ଦେବେ ନାହିଁ।

ସେ ଆହୁରି କହିଛନ୍ତି ଯେ, ଯେତେବେଳେ ଆପଣଙ୍କ ବିବାହ ପାଇଁ ପ୍ରସ୍ତାବ ଆସିବ, ସେତେବେଳେ ଆପଣ କ’ଣ କହିବେ? ଆପଣ କହିବେ କି ସେନାରେ ଥିଲେ ଏବଂ ଏବେ ଅବସର ନେଇଛନ୍ତି? କିଏ ନିଜ ଝିଅର ହାତ ଏଭଳି ଅବସର ନେଇଥିବା ସେନା ଅଧିକାରୀଙ୍କ ହାତରେ ଦେବ? ଝିଅର ପରିବାର କହିବେ ଯେ  ଚାରି ବର୍ଷ ପରେ ପୁଣି ଆସନ୍ତୁ, ଯେତେବେଳେ ଆପଣଙ୍କର ଚାକିରି ହୋଇଯାଇଥିବ। ଏମାନେ ଏଭଳି ସ୍କିମ ଆଣି ଆପଣମାନଙ୍କ ବିବାହ କରାଇ ଦେବେ ନାହିଁ।

ଉଲ୍ଲେଖଯୋଗ୍ୟ, ଜୁନ ୧୪ରେ ଭାରତୀୟ ସେନାରେ ଭର୍ତ୍ତି ହେବାର ନୂଆ ପ୍ରକ୍ରିୟା ‘ଅଗ୍ନିପଥ’ ସ୍କିମ ଘୋଷଣା କରିଥିଲେ କେନ୍ଦ୍ର ସରକାର। ‘ଅଗ୍ନିପଥ’ ସ୍କିମ ଅନୁଯାୟୀ ‘ଅଗ୍ନିବୀର’ ହୋଇ ଯୋଗଦେଉଥିବା ଯବାନମାନେ ଚାରି ବର୍ଷ ପାଇଁ ତିନୋଟି ସେନାରେ ସାମିଲ ହୋଇ ଦେଶର ସେବା କରିବେ। ସମୟ ସୀମାକୁ ନେଇ ବିଭିନ୍ନ ମହଲରେ ବିରୋଧ ସତ୍ତ୍ବେ ଏହା ମାଧ୍ୟମରେ ତିନିସେନାରେ ଯୋଗ ଦେବାକୁ ଯୁବକଯୁବତୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପ୍ରକାଶ ପାଇଛି । ବାୟୁସେନା ପକ୍ଷରୁ ଆରମ୍ଭ କରାଯାଇଥିବା ‘ଅଗ୍ନିବୀର ବାୟୁ’ ସ୍କିମ୍ ପାଇଁ ବୁଧବାର (ଜୁନ ୨୯) ସୁଦ୍ଧା ୨ ଲକ୍ଷ ଆବେଦନ ଆସିଛି। ଆଗକୁ ଏହି ଆବେଦନ ସଂଖ୍ୟା ବଢିବାର ସମ୍ଭାବନା ରହିଛି । କାରଣ ଏହି ସ୍କିମରେ ଆବେଦନ କରିବାର ଶେଷ ତାରିଖ ଜୁଲାଇ ୫ ରହିଛି । ଜୁଲାଇ ୫ ଅପରାହ୍ଣ ୫ଟା ସୁଦ୍ଧା ପ୍ରାର୍ଥୀମାନେ ଆବେଦନ କରିପାରିବେ । ଜୁଲାଇ ମାସରେ ହିଁ ଅଗ୍ନିବୀର ଚୟନ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ପରୀକ୍ଷା ତାରିଖ ସଂପର୍କରେ ସୂଚନା ଦିଆଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe