ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା ଉପହାର ଗୁଡ଼ିକୁ ନିଲାମ କରାଯିବ। ନିଲାମରୁ ଲବ୍ଧ ଅର୍ଥକୁ ଗଂଗା ସଫେଇ ପ୍ରକଳ୍ପରେ ଖର୍ଚ କରାଯିବ। ବିଭିନ୍ନ ଦେଶ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଆକାରରେ ମିଳିଥିବା କଳାକୃତି, ପଥର ମୂର୍ତି, ସାଲ୍, ଜ୍ୟାକେଟ୍ ଏବଂ ପାରମ୍ପରିକ ବାଦ୍ୟ ସଂଗୀତ ଆଦିକୁ ନିଲାମ କରାଯିବ। ଚଳିତମାସ ୨୭ ଓ ୨୮ ତାରିଖରେ ଏହି ସାମଗ୍ରୀର ନିଲାମ ହେବ। ଦିଲ୍ଲୀର ନ୍ୟାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟଠାରେ ଏହାର ନିଲାମ ହେବ। ସିଧାସଳଖ ନିଲାମରେ ବଳି ପଡ଼ିଥିବା ସାମଗ୍ରୀକୁ ୨୯ ଓ ୩୦ ତାରିଖରେ ଇ-ନିଲାମ କରାଯିବ। ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଆସୁଥିବା ନ୍ୟାସନାଲ ଗ୍ୟାଲେରି ଅଫ୍ ମଡର୍ଣ୍ଣ ଆର୍ଟ ପରିସରରେ ଏବେ ଏହିସବୁ ସାମଗ୍ରୀକୁ ପ୍ରଦର୍ଶନ ପାଇଁ ରଖାଯାଇଛି।
ନିଲାମ ହେବ ପ୍ରଧାନମନ୍ତ୍ରୀଙ୍କ ଉପହାର, ଗଂଗା ସଫେଇରେ ଅର୍ଥ ବିନିଯୋଗ ହେବ
Advertisment
Follow Us