Image Courtesy of India Today
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟ ସଚିବ ନୃପେନ୍ଦ୍ର ମିଶ୍ର ଭାରତର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନ ବାହାରେ ନିଜ କାର୍ରେ ବସିଥିବାର ଫଟୋ ଆଜି ଗଣମାଧ୍ୟମରେ ପ୍ରସାରିତ ହୋଇଛି।
ଚାରି ବିଦ୍ରୋହୀ ବିଚାରପତିଙ୍କ ଅଭିଯୋଗ ସଙ୍କ୍ରାନ୍ତରେ ନୃପେନ୍ଦ୍ର ମିଶ୍ର ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କୁ ଭେଟି କିଛି ଆଲୋଚନା କଲେ କି, ନାହିଁ ସେ ବିଷୟରେ କୌଣସି ଖବର ମିଳିନାହିଁ।
ଏ ମାମଲାରେ କୌଣସି ହସ୍ତକ୍ଷେପ କରିବେ ନାହିଁ ବୋଲି ସରକାର ଗତକାଲି କହିବା ପରେ ଦୀପକ ମିଶ୍ରଙ୍କ ଘର ବାହାରେ ନୃପେନ୍ଦ୍ର ମିଶ୍ରଙ୍କୁ ଦେଖିବା ନିଶ୍ଚୟ ଗୁରୁତ୍ୱପୂର୍ଣ୍ଣ ବିଷୟ।
Follow Us