ନରୋଦା ପଟିୟା ମାମଲା: ମାୟା କୋଦନାନି ଦୋଷମୁକ୍ତ; ବାବୁ ବଜରଙ୍ଗୀଙ୍କ ଦଣ୍ଡାଦେଶ କାଏମ ରଖିଲେ ଗୁଜୁରାଟ ହାଇକୋର୍ଟ

Advertisment
ନରୋଦା ପଟିୟା ମାମଲା: ମାୟା କୋଦନାନି ଦୋଷମୁକ୍ତ; ବାବୁ ବଜରଙ୍ଗୀଙ୍କ ଦଣ୍ଡାଦେଶ କାଏମ ରଖିଲେ ଗୁଜୁରାଟ ହାଇକୋର୍ଟ

ନୂଆଦିଲ୍ଲୀ: ୨୦୦୨ ମସିହା ନରୋଦା ପଟିୟା ନରସଂହାର ମାମଲାରେ ଆଜି ଗୁଜରାଟ ହାଇକୋର୍ଟ ପୂର୍ବତନ ମନ୍ତ୍ରୀ ମାୟା କୋଦନାନିଙ୍କୁ ଦୋଷମୁକ୍ତ କରିବା ସହ ବଜରଙ୍ଗୀ ଦଳର ନେତା ବାବୁ ବଜରଙ୍ଗୀଙ୍କ ଦଣ୍ଡାଦେଶ କାଏମ ରଖିଛନ୍ତି।

ପୂର୍ବରୁ ଅନ୍ୟ ୩୨ ଜଣଙ୍କ ସମେତ ସ୍ପେସାଲ୍‌ ଏସ୍‌ଆଇଟି ଅଦାଲତ ୨୪ ବର୍ଷ ପାଇଁ ଜେଲ୍‌ ଦଣ୍ଡାଦେଶ ପାଇଥିବା କୋଦନାନିଙ୍କୁ ହାଇକୋର୍ଟ ଦୋଷମୁକ୍ତ କରିଛନ୍ତି।

publive-image

ଗୋଧ୍ରା ନରସଂହାରର ଦିନକ ପରେ ନରୋଦା ପଟିୟାରେ ମୁଖ୍ୟତଃ ମହିଳା ଏବଂ ଶିଶୁଙ୍କୁ ମିଶାଇ ୯୭ ଜଣଙ୍କୁ ହତ୍ୟା କରାଯାଇଥିଲା।
୨୦୧୨ରେ ସ୍ପେସାଲ୍‌ ଜଜ୍‌ ଜ୍ୟୋତ୍ସ୍ନା ଯାଜ୍ଞିକ ପୂର୍ବତନ ମନ୍ତ୍ରୀ ମାୟା କୋଦନାନି ଏବଂ ବଜରଙ୍ଗୀଙ୍କ ସମେତ ୩୨ ଜଣଙ୍କୁ ଦଣ୍ଡିତ କରି ଅନ୍ୟ ୨୯ ଜଣଙ୍କୁ ଦୋଷମୁକ୍ତ କରିଥିଲେ। କୋଦନାନିଙ୍କୁ ୨୮ ବର୍ଷ କାରଦଣ୍ଡ ହୋଇଥିବା ବେଳେ ବଜରଙ୍ଗୀଙ୍କୁ ଯାବଜ୍ଜୀବନ କରାଦଣ୍ଡାଦେଶ ହୋଇଥିଲା। ୧୦ ଜଣଙ୍କୁ ୩୧ ବର୍ଷ କାରାଦଣ୍ଡ ଏବଂ ବାକି ସମସ୍ତଙ୍କୁ ୨୪ ବର୍ଷ କାରାଦଣ୍ଡ ଦିଆଯାଇଥିଲା।

ଟ୍ରାଏଲ୍‌ କୋର୍ଟଙ୍କ ଆଦେଶ ବିରୋଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲୋକେ ଆବେଦନ କରିଥିଲେ। ଜଷ୍ଟିସ୍‌ ହର୍ଷ ଦେଓ୍ଵାନିଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଆଠ ମାସରୁ ଅଧିକ କାଳ ତିନି ପକ୍ଷଙ୍କ ଯୁକ୍ତି ଶୁଣିଥିଲେ। ୨୦୧୬ ଡିସେମ୍ବର ୧୯ରେ ପ୍ରୋସିଡିଙ୍ଗ୍‌ସ୍‌ ଆରମ୍ଭ ହୋଇ ଗତ ବର୍ଷ ଅଗଷ୍ଟ ମାସରେ ଶେଷ ହୋଇଥିଲା।

ଏବେ ଦୋଷୀ ସାବ୍ୟସ୍ଥ ହୋଇଥିବା ୩୨ ଜଣଙ୍କ ମଧ୍ୟରୁ କୋଦନାନି ଏବଂ କୃପାଳସିଂହ ଛାବଡ଼ାଙ୍କୁ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe