ମଞ୍ଚରେ ଭାଷଣ ଦେବା ବେ‌ଳେ ଖସିପଡ଼ିଲା ବିରାଟ ଲୁହାଖୁଣ୍ଟ; ଅଳ୍ପକେ ବର୍ତ୍ତିଗଲେ କେନ୍ଦ୍ରମନ୍ତ୍ରୀ

ମଞ୍ଚରେ ଭାଷଣ ଦେବା ବେ‌ଳେ ଖସିପଡ଼ିଲା ବିରାଟ ଲୁହାଖୁଣ୍ଟ; ଅଳ୍ପକେ ବର୍ତ୍ତିଗଲେ କେନ୍ଦ୍ରମନ୍ତ୍ରୀ

Image Courtesy of Zee News

ଆଗ୍ରା: ଆମ୍ବେଦକର ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ଦିନ ଆଗ୍ରାର ନାଗଲାପଦ୍ମ ଅଞ୍ଚଳରେ ଆୟୋଜିତ କାର୍ଯ୍ୟକ୍ରମରେ ଆଲୋକିକରଣ ବ୍ୟବସ୍ଥା ନିମନ୍ତେ ଉଦ୍ଦିଷ୍ଟ ଗୋଟାଏ ସୁଉଚ୍ଚ ଲୁହାଖୁଣ୍ଟ ଓଲଟି ପଡ଼ିବାରୁ ମଞ୍ଚରେ ଉଦ୍‌ବୋଧନ ଦେଉଥିବା ସଂସ୍କୃତି ଓ ସଂସଦୀୟ ବ୍ୟାପାର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲା ଅଳ୍ପକେ ରକ୍ଷା ପାଇଯାଇଥିବା କଥା ଆଗ୍ରା ‘ଏସିଏମ୍‌’ ଦୀପ୍ତି ଯାଦବ କହିଛନ୍ତି।

ଗଣମାଧ୍ୟମକୁ ଆଗ୍ରା ‘ଏସିଏମ୍‌’ ଦୀପ୍ତି ଯାଦବ କହିଛନ୍ତି, ଆଗ୍ରାରେ ଆୟୋଜିତ ଡକ୍ଟର୍‌ ବି.ଆର୍‌. ଆମ୍ବେଦକର କାର୍ଯ୍ୟକ୍ରମରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଉପସ୍ଥିତ ଥିଲେ। କାଳବୈଶାଖି ହେତୁ ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ଘଟିବା ସହ ଅନେକ ଲାଇଟ୍‌ ଲାଗିଥିବା ସୁଉଚ୍ଚ ଖମ୍ବଟି ମଞ୍ଚ ଉପରେ ଓଲଟି ପଡ଼ିଲା। ଏହି ଅଘଟଣରେ ଆହତ ହୋଇଥିବା ୪ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ, କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

publive-image Image: Video Grab

ଆହତମାନଙ୍କ ମଧ୍ୟରେ ଅଛନ୍ତି, ଆୟୋଜକ କମିଟିର ସାଧାରଣ ସମ୍ପାଦକ ଧର୍ମେନ୍ଦ୍ର ସୋନି। ପୂର୍ବତନ ବିଧାୟକ ଗୁଟିୟାରି ଲାଲ୍‌ ଦୁବେଶ ଏବଂ ତାଙ୍କ ଗାଡ଼ି ଚାଳକ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଭୀଷଣ ପବନ ବହିବାରୁ ହାଇମାଷ୍ଟ୍‌ ଖୁଣ୍ଟଟି ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ‘ବିଜେପି’ଦ୍ବାରା ଆୟୋଜିତ ୧୩୧ତମ ଆମ୍ବେଦକର ଜୟନ୍ତୀ ଅବସରରେ ‘ଭୀମନଗରୀ ସମାରୋହ ୨୦୨୨’ରେ ଯୋଗ ଦେବା ଲାଗି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଆଗ୍ରାରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe