Sunita Williams: ମୋର ସବୁଠାରୁ ସୁନ୍ଦର ସ୍ମୃତି ମଧ୍ୟରୁ ଭାରତକୁ ଗସ୍ତ କରିବା ଅନ୍ୟତମ: ସୁନୀତା

Advertisment

ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତ ଗସ୍ତରେ ଅଛନ୍ତି। ଗତ ବର୍ଷ, ସୁନିତା ନଅ ମାସ ଧରି ପୃଥିବୀ ପରିକ୍ରମା କରିଥିଲେ। ସେ ଭାରତର ପ୍ରଥମ ୟୁନେସ୍କୋ ସାହିତ୍ୟ ସହର କୋଝିକୋଡରେ କେରଳ ସାହିତ୍ୟ ମହୋତ୍ସବର ନବମ ସଂସ୍କରଣରେ ଯୋଗଦେବା...

ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତ ଗସ୍ତରେ ଅଛନ୍ତି। ଗତ ବର୍ଷ, ସୁନିତା ନଅ ମାସ ଧରି ପୃଥିବୀ ପରିକ୍ରମା କରିଥିଲେ। ସେ ଭାରତର ପ୍ରଥମ ୟୁନେସ୍କୋ ସାହିତ୍ୟ ସହର କୋଝିକୋଡରେ କେରଳ ସାହିତ୍ୟ ମହୋତ୍ସବର ନବମ ସଂସ୍କରଣରେ ଯୋଗଦେବା...

Untitled-12.jpg

ତିରୁବନନ୍ତପୁରମ: ମହାକାଶଚାରୀ ସୁନିତା ୱିଲିୟମ୍ସ ଭାରତ ଗସ୍ତରେ ଅଛନ୍ତି। ଗତ ବର୍ଷ, ସୁନିତା ନଅ ମାସ ଧରି ପୃଥିବୀ ପରିକ୍ରମା କରିଥିଲେ। ସେ ଭାରତର ପ୍ରଥମ ୟୁନେସ୍କୋ ସାହିତ୍ୟ ସହର କୋଝିକୋଡରେ କେରଳ ସାହିତ୍ୟ ମହୋତ୍ସବର ନବମ ସଂସ୍କରଣରେ ଯୋଗଦେବା ପାଇଁ ଭାରତ ଆସିଛନ୍ତି। ୧୨ ବର୍ଷ ପରେ ଭାରତ ଗସ୍ତ କରି ସୁନିତା ୱିଲିୟମ୍ସ କହିଛନ୍ତି, ମୋର ସବୁଠାରୁ ସୁନ୍ଦର ସ୍ମୃତି ମଧ୍ୟରୁ ଗୋଟିଏ ହେଉଛି ୨୦୧୩ରେ ମୋ ବାପାଙ୍କ ସହ ଭାରତ ଗସ୍ତ କରିବା। ସେହି ସମୟରେ ଆମେ ପରିବାର ଓ ବନ୍ଧୁମାନଙ୍କୁ ଭେଟିଥିଲୁ। ଦୁର୍ଭାଗ୍ୟବଶତଃ, ମୋ ବାପା ଆଉ ମୋ ସହିତ ନାହାନ୍ତି। ମୁଁ ତାଙ୍କ ଗୃହ ରାଜ୍ୟ ଗୁଜରାଟ ପରିଦର୍ଶନ କରିପାରିବି ନାହିଁ।

ପ୍ରଥମ ଥର ପାଇଁ କେରଳ ଆସି ସେ କହିଛନ୍ତି,ଦେଶର ଏହି ଅଂଶକୁ ଦେଖିବା ପାଇଁ ମୁଁ ବେଶ୍ ଉତ୍ସାହିତ। ମୋ ବାପା ମୋତେ କହିଥିଲେ ଯେ, କେରଳ ଏକ ଯାଦୁକରୀ ସ୍ଥାନ ଓ ଅନେକ ଭାରତୀୟ ସନ୍ଥଙ୍କ ବାସସ୍ଥାନ। ମୁଁ କେରଳ ସାହିତ୍ୟ ମହୋତ୍ସବ ନେଇ ଉତ୍ସାହିତ। ପୁସ୍ତକସମସ୍ତଙ୍କ ପାଇଁ ଶିଖିବାର ଏକ ଉତ୍ସ।ପିଲାଦିନରୁ ପଢ଼ିବା ମୋ ଜୀବନ ଉପରେ ଗଭୀର ପ୍ରଭାବ ପକାଇଥିଲା। ମୁଁ ପ୍ରାଣୀ ଓ ରହସ୍ୟମୟ ପୁସ୍ତକଗୁଡ଼ିକୁ ଭଲ ପାଉଥିଲି। ବଡ଼ ହେବା ପରେ, ମୁଁ ଐତିହାସିକ ଉପନ୍ୟାସ ଓ ଐତିହାସିକ କାଳ୍ପନିକ ପୁସ୍ତକ ପଢ଼ିବାକୁ ଭଲ ପାଉଥିଲି। କାରଣ ସେଗୁଡ଼ିକ ଇତିହାସ ସୃଷ୍ଟି କରିଥିବା ଲୋକଙ୍କ ବିଷୟରେ ସୂଚନା ପ୍ରଦାନ କରୁଥିଲା। ଆଠ ଦିନର ମିଶନ ନଅ ମାସ ହେବା ସମ୍ପର୍କରେ ସେ କହିଥିଲେ, ଲମ୍ବା ମିଶନ ମୋ ପାଇଁ କିଛି ନୂଆ ନୁହେଁ। ମୁଁ ଅନେକ ମିଶନରେ ଅଂଶଗ୍ରହଣ କରିଛି। ଯାହା ମୋତେ ମହାକାଶରେ ରହିବା ଓ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଗବେଷଣା କରିବାରେ ଅଭ୍ୟସ୍ତ କରିଛି। ନଅ ମାସ ଏକ ଲମ୍ବା ସମୟ, ତେଣୁ ହାଡ଼ ଘନତା ଓ ମାଂସପେଶୀ ବଜାୟ ରଖିବା ପାଇଁ ଶାରୀରିକ ଭାବରେ ସକ୍ରିୟ ରହିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମୟ ମଧ୍ୟରେ ସବୁଠାରୁ କଷ୍ଟକର ସମୟ ଥିଲା ମୋ ପରିବାରଠାରୁ ଦୂରରେ ରହିବା। ମୁଁ ମୋର କୁକୁରମାନଙ୍କୁ ମଧ୍ୟ ବହୁତ ମିସ୍ କରୁଥିଲି। ପରିବାର ସଦସ୍ୟମାନେ ଜାଣିଥିଲେ ଯେ, ମୁଁ କୁକୁରମାନଙ୍କୁ ମିସ୍ କରିବି। ତେଣୁ ସେମାନେ କୁକୁରର ଫଟୋ ଓ ମଡେଲ୍ ପଠାଇଥିଲେ। କୁକୁରମାନେ ଏକ ଆଶ୍ଚର୍ଯ୍ୟଜନକ ପ୍ରାଣୀ ଯେଉଁମାନେ ନିଃସର୍ତ୍ତ ଭାବରେ ଭଲ ପାଆନ୍ତି। ମୁଁ ପ୍ରତିଦିନ ସେଭଳି ଭଲପାଇବା ଅନୁଭବ କରୁଥିବାରୁ ଭାଗ୍ୟବାନ।

ଆହୁରି ପଢ଼ନ୍ତୁ: Sambad Ravivar Sahitya Page: ଆଜିର ସମ୍ବାଦ ସାହିତ୍ୟ ପୃଷ୍ଠାର ଝଲକ... କ୍ଲିକ୍ କରନ୍ତୁ ଗଳ୍ପ, କବିତା ପଢ଼ନ୍ତୁ...

ବୋଇଂର ଷ୍ଟାରଲାଇନର ଏକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହେଲା ଓ ସ୍ପେସ୍ ଏକ୍ସରେ ଫେରିବା ନିଷ୍ପତ୍ତି ସମ୍ପର୍କରେ ସେ କହିଛନ୍ତି, ଏହି ନିଷ୍ପତ୍ତି ବୁଚ୍ ୱିଲମୋର ଓ ମୋ ପାଇଁ ଗୁରୁତ୍ବପୂର୍ଣ୍ଣ ଥିଲା। ଉଭୟେ ନିଷ୍ପତ୍ତି ନେଇ ଖୁସି ଥିଲୁ। ପୂର୍ବରୁ ଭଗବଦ ଗୀତା, ଉପନିଷଦ ଓ ସିଙ୍ଗଡ଼ାକୁ ମହାକାଶକୁ ନେବା ସମ୍ପର୍କରେ ସେ କହିଛନ୍ତି, ମୁଁ ଏହି ଜିନିଷଗୁଡ଼ିକ ଓ ସ୍ଲୋଭେନିଆରେ ଥିବା ମୋ ବାପାମାଙ୍କ ପରିବାରର କିଛି ଜିନିଷଗୁଡ଼ିକୁ ମୋ ସହିତ ମହାକାଶକୁ ନେଇଯାଇଥିଲି। ମୁଁ ସେମାନଙ୍କର ପ୍ରତିନିଧିତ୍ୱ ଭାବେ ଏସବୁ ନେଇଥିଲି।

ଆହୁରି ପଢ଼ନ୍ତୁ: Meta: ମେଟା ବିରୋଧରେ ଅଭିଯୋଗ: ହ୍ବାଟସ୍‌ଆପ୍‌ ମେସେଜ୍‌ ଗୋପନୀୟ ଦାବି ମିଛ

ମହାକାଶରୁ ଭାରତ ପ୍ରକୃତରେ କିପରି ଦେଖାଯାଏ ପ୍ରଶ୍ନର ଉତ୍ତରରେ ସୁନିତା ୱିଲିୟମ୍ସ କହିଥିଲେ, ମହାକାଶରୁ ଭାରତ ସୁନ୍ଦର ଦେଖାଯାଇଥାଏ। କଳ୍ପନା ଚାୱଲାଙ୍କ ସହିତ ପ୍ରିୟ ସ୍ମୃତି ସମ୍ପର୍କରେ ସେ କହିଛନ୍ତି, ମୁଁ ତାଙ୍କ ବନ୍ଧୁତାକୁ ମନେ ରଖିଛି। ମୁଁ ତାଙ୍କ ସହିତ ସାଇକେଲ ଚଲାଇବାକୁ ଭଲ ପାଉଥିଲି। କାରଣ ଆମେ ସବୁବେଳେ କୌଣସି ସ୍ଥାନରେ ଅଟକି କିଛି ଆବିଷ୍କାର କରୁଥିଲୁ । ଏକ ନୂତନ ପକ୍ଷୀ କିମ୍ବା ଏକ ନୂତନ ଉଦ୍ଭିଦ ଅବା ଅନ୍ୟ କିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe