ଖୁବ୍‌ଶୀଘ୍ର ମହାକାଶରୁ ଘରକୁ ଫେରିବେ ସୁନିତା ୱିଲିୟମ୍ସ ... ମହାକାଶ ଷ୍ଟେସନରେ ପହଞ୍ଚିଲା ନାସାର କ୍ରୁ-୧୦ ମିଶନ୍

ସୁନିତା ୱିଲିୟମ୍ସଙ୍କୁ ପୃଥିବୀକୁ ଫେରାଇ ଆଣିବା ପାଇଁ, ନାସା ଓ ସ୍ପେସ ଏକ୍ସର ଏକ ସ୍ୱତନ୍ତ୍ର ରକେଟ୍ ଯୋଗେ ଚାରି ଜଣ ମହାକାଶଚାରୀଙ୍କୁ ମହାକାଶ କେନ୍ଦ୍ରକୁ ପଠାଯାଇଛି। ଏବେ ବିଶ୍ୱାସ କରାଯାଉଛି ଯେ ସୁନିତା ୱିଲିୟମ୍ସ ମାର୍ଚ୍ଚ ୧୯ ତାରିଖରେ ପୃଥିବୀକୁ ଫେରିବେ।

sunita willams

sunita willams Photograph: (sambad.in)

ନୂଆଦିଲ୍ଲୀ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ୍ ୱିଲମୋର ଆଉ କିଛି ଦିନ ପରେ ପୃଥିବୀକୁ ଫେରିବେ। ସେମାନଙ୍କୁ ଫେରାଇ ଆଣିବା ପାଇଁ 'ନାସା' ଓ 'ସ୍ପେସ ଏକ୍ସ' ଦ୍ୱାରା ପ୍ରକ୍ଷେପଣ କରାଯାଇଥିବା କ୍ରୁ-୧୦ ର ସଦସ୍ୟମାନେ ମହାକାଶର ସେହି ସ୍ୱତନ୍ତ୍ର କେନ୍ଦ୍ରରେ ପହଞ୍ଚିଯାଇଛନ୍ତି। କ୍ରୁ-୧୦ର ସଦସ୍ୟମାନେ ସ୍ପେସ୍ ସେଣ୍ଟରରେ ପହଞ୍ଚିବା ମାତ୍ରେ ସୁନିତା ୱିଲିୟମ୍ସ ସେମାନଙ୍କୁ ତାଙ୍କ ସାମ୍ନାରେ ଦେଖି ଖୁସିରେ ଡେଇଁ ପଡ଼ିଥିଲେ। ସେ ମହାକାଶର ସ୍ୱତନ୍ତ୍ର କେନ୍ଦ୍ରକୁ ଆସିଥିବା ଚାରିଜଣ ମହାକାଶଚାରୀଙ୍କୁ ଆଲିଙ୍ଗନ କରି ସ୍ୱାଗତ କରିଥିଲେ। 

୫ ଜୁନ୍ ୨୦୨୪ରେ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସାଥୀ ବୁଚ୍ ୱିଲମୋର ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ) କୁ ଉଡ଼ାଣ ଭରିଥିଲେ। ତାଙ୍କର ମହାକାଶ ଯାତ୍ରା ୮ ଦିନର ଥିଲା । ଉଭୟଙ୍କୁ ୧୦ ଦିନ ପରେ ପୃଥିବୀକୁ ଫେରିବାର ଥିଲା କିନ୍ତୁ ଷ୍ଟାରଲାଇନର୍ ସ୍ପେସକ୍ରାଫ୍ଟର ଥ୍ରଷ୍ଟରରେ ତ୍ରୁଟି ଯୋଗୁଁ ସେମାନଙ୍କର ଫେରିବା ବିଳମ୍ବ ହୋଇଥିଲା। ଏହି ମିଶନ ସମୟରେ ସୁନିତା ଓ ବୁଚ୍ ଙ୍କୁ ମହାକାଶ ଷ୍ଟେସନରେ ୮ ଦିନ ମଧ୍ୟରେ ଗବେଷଣା ଏବଂ ଅନେକ ପରୀକ୍ଷଣ କରିବାର ମଧ୍ୟ ଥିଲା। ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ମହାକାଶଯାନର ମହାକାଶଚାରୀମାନଙ୍କୁ ମହାକାଶ ଷ୍ଟେସନକୁ ନେବା ଓ ଫେରିବା କ୍ଷମତା ପ୍ରମାଣ କରିବା।

ନାସାର ସୂଚନା ଅନୁଯାୟୀ, ମହାକାଶଯାନର ସେବା ମଡ୍ୟୁଲର ଥ୍ରଷ୍ଟରରେ ଏକ ଛୋଟ ହିଲିୟମ ଲିକ୍ ହୋଇଥିଲା। ୨୫ ଦିନ ପରେ ମହାକାଶଯାନ କ୍ୟାପସୁଲରେ ୫ଟି ହିଲିୟମ ଲିକ୍ ହୋଇଥିଲା ଏବଂ ୫ଟି ଥ୍ରଷ୍ଟର କାମ କରିବା ବନ୍ଦ କରିଦେଇଥିଲା। ଷ୍ଟାରଲାଇନର୍ ମହାକାଶଯାନର ଥ୍ରଷ୍ଟରରେ ଥିବା ତ୍ରୁଟିକୁ ସଂଶୋଧନ କରିବା ପାଇଁ ଅନେକ ଚେଷ୍ଟା କରାଯାଇଥିଲା। କିନ୍ତୁ ଏହି ସମସ୍ୟାର ସମାଧାନ ହୋଇପାରିଲା ନାହିଁ। ଏହି କାରଣରୁ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କ ପ୍ରତ୍ୟାବର୍ତ୍ତନ ବିଳମ୍ବିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe