ନୂଆଦିଲ୍ଲୀ: ସେପ୍ଟେମ୍ବର ୧୫ ତାରିଖରେ ମଙ୍ଗଳ ଗ୍ରହରେ ସଂଘଠିତ ୪.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ କାରଣରୁ ପ୍ରାୟ ଦେଢ଼ଘଣ୍ଟାପର୍ଯ୍ୟନ୍ତ ଭୂପୃଷ୍ଠ ଥରିଥିବା କଥା ‘ନାସା’ ପ୍ରେରିତ ‘ଇନ୍ସାଇଟ୍ ଲ୍ୟାଣ୍ଡର୍’ରୁ ସୂଚନା ମିଳିଛି।
ମାତ୍ର ଗୋଟିଏ ମାସ ମଧ୍ୟରେ ଏହା ଥିଲା ମଙ୍ଗଳ ଗ୍ରହରେ ‘ଇନ୍ସାଇଟ୍ ଲ୍ୟାଣ୍ଡର୍’ ରେକର୍ଡ କରିଥିବା ତୃତୀୟ ଭୂମିକମ୍ପ। ଅଗଷ୍ଟ ୨୫ ତାରିଖ ଦିନ ମଧ୍ୟ ଏହି ଲ୍ୟାଣ୍ଡର୍ ୪.୨ ଏବଂ ୪.୧ ତୀବ୍ରତାସମ୍ପନ୍ନ ଦୁଇଟି ଭୂମିକମ୍ପ ରେକର୍ଡ କରିଥିଲା। କିନ୍ତୁ, ତୃତୀୟ ଭୂମିକମ୍ପଟି ସବୁଠୁ ଅଧିକ ସମୟ ଧରି ଚାଲିଥିଲା।
Image Courtesy of India Today‘ନାସା’ କହିଛି ଯେ, ୨୦୧୯ରେ ରେକର୍ଡ କରାଯାଇଥିବା ୩.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ ଠାରୁ ସେପ୍ଟେମ୍ବର ୧୮ରେ ସଙ୍ଘଠିତ ଭୂମିକମ୍ପର ଶକ୍ତି ଥିଲା ୫ ଗୁଣ ଅଧିକ। ବୈଜ୍ଞାନିକମାନଙ୍କ କହିବା ଅନୁସାରେ, ‘ଇନ୍ସାଇଟ୍’ର ସାମ୍ପ୍ରତିକ ଅବସ୍ଥାନ ଠାରୁ ପ୍ରାୟ ୮,୫୦୦ କିଲୋମିଟର୍ ଦୂରରେ ଉପରୋକ୍ତ ୪.୨ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିଲା। ସେମାନେ ଏହାର ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା ଲାଗି ଉଦ୍ୟମ ଚଳାଇଛନ୍ତି।
Image Courtesy of India Todayସମ୍ପ୍ରତି ‘ଇନ୍ସାଇଟ୍’ ଅବସ୍ଥାନ କରିଥିବା ସ୍ଥାନ ଠାରୁ ପ୍ରାୟ ୧,୬୦୯ କିଲୋମିଟର୍ ଦୂର ମଙ୍ଗଳ ଗ୍ରହର ‘ସର୍ବିସର୍ ଫସି’ ଅଞ୍ଚଳରେ ପୁରାତନ କାଳରୁ କେତେଗୁଡ଼ିଏ ବଡ଼ ଧରଣର ଭୂମିକମ୍ପ ହୋଇଥିବା ଚିହ୍ନଟ ହୋଇଛି। ବିଗତ ଅଳ୍ପ କେତେ ନିୟୁତ ବର୍ଷ ପୂର୍ବେ ସେଥିରୁ ଗଳିତଧାତୁ ନିର୍ଗତ ହୋଇ ପ୍ରବାହିତ ହୋଇଥାଇ ପାରେ ବୋଲି ବୈଜ୍ଞାନିକମାନେ କହୁଛନ୍ତି।
‘ଇନ୍ସାଇଟ୍’ରେ ଥିବା ‘ସିସ୍ମୋମିଟର୍’ ସାଧାରଣତଃ ରାତିରେ ‘ମଙ୍ଗଳକମ୍ପନ’ ରେକର୍ଡ କରେ। କାରଣ ସେତେବେଳେ ମଙ୍ଗଳ ଗ୍ରହ ଥଣ୍ଡା ଏବଂ ବାୟୁ ପ୍ରବାହ ମନ୍ଥର ହୋଇଯାଇ ଥାଏ। କିନ୍ତୁ, ଅଗଷ୍ଟ ମାସର ଭୂମିକମ୍ପ ଦୁଇଟି ଦିନରେ ସଂଘଠିତ ହୋଇଥିବା କଥା ‘ଇନ୍ସାଇଟ୍’ରୁ ସୂଚନା ମଳିଥିବା କଥା ‘ନାସା’ କହିଛି।
Follow Us