ଜୀବସତ୍ତା ସନ୍ଧାନ ଦେଇ ପାରେ ମଙ୍ଗଳ ଗ୍ରହରେ ଥିବା ରହସ୍ୟମୟ ଗହ୍ଵର

ଜୀବସତ୍ତା ସନ୍ଧାନ ଦେଇ ପାରେ ମଙ୍ଗଳ ଗ୍ରହରେ ଥିବା ରହସ୍ୟମୟ ଗହ୍ଵର

ଓ୍ଵାସିଂଟନ୍‌: ମଙ୍ଗଳ ଗ୍ରହରେ ଥିବା ଏକ ଅସ୍ୱାଭାବିକ ପ୍ରକାରର ଗହ୍ଵରର ଫଟୋ ନିକଟରେ ରିଲିଜ୍‌ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ ‘ନାସା’। ୨୦୧୧ ମସିହାରେ ଏହି ବିଚିତ୍ର ଗହ୍ଵର ଆବିଷ୍କାର କରାଯାଇଥିଲା।

ମଙ୍ଗଳ ଗ୍ରହର ପାଭୋନିସ୍‌ ମନ୍‌ସ୍‌ ଆଗ୍ନେୟଗିରିର ଧୂଳିଧୂସରିତ ଢାଲୁ ଏହି ଫଟୋରେ ଦେଖାଯାଉଛି। ସମ୍ପ୍ରତି ମଙ୍ଗଳ ଗ୍ରହ ପ୍ରଦକ୍ଷିଣ କରୁଥିବା ରୋବଟିକ୍‌ ରିକନେସାନ୍‌ସ୍‌ ଅବିର୍ଟର୍‌ରେ ଲାଗିଥିବା ‘ହାଇରାଇଜ୍‌’ ଉପକରଣରେ ଏହି ଫଟୋଟି ଉତ୍ତୋଳନ କରାଯାଇଛି।

publive-image Image Source: Hindustan Times

ବୈଜ୍ଞାନିକମାନେ ଅନୁମାନ କରୁଛନ୍ତି ଯେ ମଙ୍ଗଳ ଗ୍ରହରେ ଥିବା ଏହି ପ୍ରକାର ଗହ୍ଵର ଜୀବନ ଧାରଣ ପାଇଁ ଅପେକ୍ଷାକୃତ ଉତ୍ତମ ସ୍ଥାନ ହୋଇଥାଇ ପାରେ। କାରଣ ଏହି ଗହ୍ଵର ଅଭ୍ୟନ୍ତରରେ ଗୁମ୍ଫା ସବୁ ରହିଛି। ଏହା ସେଠାକାର ଜୀବସତ୍ତାକୁ ମଙ୍ଗଳପୃଷ୍ଠର ପ୍ରତିକୂଳ ପରିବେଶରୁ ସୁରକ୍ଷା ଦେଉଥିବ।

publive-image Image Source: Flipboard

ତେଣୁ ଭବିଷ୍ୟତରେ ମଙ୍ଗଳ ଗ୍ରହକୁ ପଠାଇବାକୁ ଯୋଜନା କରୁଥିବା ମହାକାଶଯାନ, ରୋବୋଟ୍‌, ଏବଂ ମାନବମାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଏହି ଗହ୍ଵରରେ ପହଞ୍ଚିବା।

ମଙ୍ଗଳ ଗ୍ରହ ଭୂତଳର ୨୦ ମିଟର ଗଭୀରରେ ଥିବା ଗହ୍ଵର ମଧ୍ୟକୁ ଏହି ୩୫ ମିଟର୍‌ ଚଉଡ଼ା ବିଚିତ୍ର ଗହ୍ଵରଗୁଡ଼ିକ ସଂଯୋଗ ପଥ ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe